ସହିପାରିଲେନି ଋଣ ଭାର, ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା !

author img

By

Published : Sep 15, 2022, 10:22 PM IST

ସହିପାରିଲେନି ଋଣ ଭାର, ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଢେଙ୍କାନାଳ ଭୁବନ ଅଞ୍ଚଳରେ ଅଭାବନୀୟ ଘଟଣା । ଋଣ ଭାର ସହିନପାରି ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବାସୁଦେଇପୁର ଗ୍ରାମରେ ଆତ୍ମହତ୍ୟା କରିଛନ୍ତି ଚାଷୀ । ତେବେ ଋଣ ଭାର ସହିନପାରି ଚାଷୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି ।

ମୃତକ ଜଣକ ହେଉଛନ୍ତି ଜଗନ୍ନାଥ ମହାପାତ୍ର (୫୮) । ସେ ଜଣେ ଭାଗ ଚାଷୀ ବୋଲି ଜଣାପଡ଼ିଛି । ଅନ୍ୟର ଜମିକୁ ଭାଗଚାଷ କରି ପରିବାରର ପ୍ରତିପୋଷଣ କରନ୍ତି । ଘରେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ସହିତ ଦୁଇ ବଢିଲା ଝିଅ ଏବଂ ଜଣେ ପୁଅକୁ ନେଇ ତାଙ୍କର ସଂସାର ଚାଲିଥିଲା । ଆଜକୁ ତିନି ଚାରି ବର୍ଷ ପୂର୍ବେ ଜଗନ୍ନାଥଙ୍କର ବ୍ରେନ ହାମ୍ରେଜ ହୋଇଥିଲା । ତେଣୁ ତାଙ୍କ ମୁଣ୍ଡ ଅପରେସନ ପାଇଁ ଖର୍ଚ୍ଚ ହୋଇଥିଲା ଲକ୍ଷାଧିକ ଟଙ୍କା ।

ଏହା ବି ପଢନ୍ତୁ- DSP ଅଭିନବ ଡାଳୁଆଙ୍କ ଜାମିନ ଆବେଦନ ଖାରଜ

ଚିକିତ୍ସା ଲାଗି ଏହି ଟଙ୍କା ବ୍ୟାଙ୍କ ଋଣ ଓ ହାତ ଉଧାରି କରଜ କରି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ବାମୀଙ୍କୁ ଭଲ କରିଥିଲେ । ତେବେ ଘରେ ଦୁଇଟି ଝିଅ ଓ ମୁଣ୍ଡ ଉପରେ ଥିବା ଋଣ ତାଙ୍କୁ ବ୍ୟଥିତ କରିଥିବା ଜଣାପଡିଛି । ଗୁରୁବାର ସକାଳ ୯ଟା ସମୟରେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିଲେ ଚାଷୀ । ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ମାତ୍ର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଏହାପରେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏବେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଚାଷୀଙ୍କ ମୃତ୍ୟୁ ପରେ ପରିବାର ପ୍ରତିପୋଷଣ ନେଇ ପତ୍ନୀ ଚିନ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.