ETV Bharat Impact: ବାଜିଲା ଖବର ଚେତିଲା ପ୍ରଶାସନ, ଗୋଶାଳାରେ ରହିବ ଓଟ

author img

By

Published : Mar 19, 2023, 7:34 AM IST

ବୃଦ୍ଧ ଓ ରୁଗ୍ଣ ଓଟି କୁ ଗୋଶାଳା କୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ

ଖବର ପ୍ରସାରିତ ପରେ ଚେତିଲା ପ୍ରଶାସନ । ସ୍ଥାନାନ୍ତର ହେଲା ଅସହାୟ ଓଟ । ଅଧିକ ପଢ଼ନ୍ତୁ

ବୃଦ୍ଧ ଓ ରୁଗ୍ଣ ଓଟି କୁ ଗୋଶାଳା କୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ

ଢେଙ୍କାନାଳ: ଇଟିଭି ଭାରତରେ ଖବର ପ୍ରସାରିତ ପରେ ଚେତିଛି ଢେଙ୍କାନାଳ ପ୍ରଶାସନ । ବୃଦ୍ଧ ଓ ରୁଗ୍ଣ ଓଟିକୁ ଗୋଶାଳାକୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ । ଓଟ ବୃଦ୍ଧ ଓ ରୁଗ୍ଣ ଯୋଗୁଁ ମାଲିକ ଛାଡି ପଳାଇଥିଲା । ଯାହା ଫଳରେ ଓଟ ଅସୁସ୍ଥ ଥିବା ପରେ ଜଣାପଡିଥିଲା । ଇଟିଭି ଭାରତରେ ଖବର ପ୍ରସାରିତ ପରେ ଜିଲ୍ଲା ପ୍ରାଣୀଧନ ସମ୍ପଦ ବିଭାଗ ପକ୍ଷରୁ ଓଟର ଚିକିତ୍ସା କରାଯାଉଥିବା ଜଣାପଡିଛି । ପଶୁପକ୍ଷୀଙ୍କୁ ପାଳନ କରି ତାଙ୍କ ଅସୁସ୍ଥତା ସମୟରେ ତାଙ୍କୁ ଛାଡି ଦେବା ଅତ୍ୟନ୍ତ ନିନ୍ଦନୀୟ ।

ତେବେ ବୃଦ୍ଧ ଓଟଟିକୁ ତାର ମାଲିକ ଛାଡି ପଳାଇଥିବାରୁ ଗତ ୧୫ଦିନ ହେଲା ବଉଳପୁର ଅଞ୍ଚଳରେ ଗାଁ ଗାଁରେ ଏଣେ ତେଣେ ବୁଲୁଥିଲା। ଏହି ଓଟକୁ ଅଞ୍ଚଳବାସୀ ପନିପରିବା ଖାଇବାକୁ ଦେବା ସହ ଡାଳ ପତ୍ର ଖାଇ ଓଟଟି ଏହି ଅଞ୍ଚଳରେ ରହିଆସୁଥିଲା । ଯାହା ଫଳରେ ଓଟ ପାଇଁ ଏହି ଅଞ୍ଚଳରେ କୁନି କୁନି କୁନି ପିଲା ଅସୁରକ୍ଷିତ ହୋଇପଡିଥିଲେ । ତେବେ ଅଞ୍ଚଳବାସୀ ଓଟଟିକୁ ପନିପରିବା ଖାଇବାକୁ ଦେଉଥିଲେ ମଧ୍ୟ ଓଟର ଚିକିତ୍ସା ଓ ସ୍ଥାନାନ୍ତର ନେଇ ଚିନ୍ତାରେ ଥିଲେ ଗ୍ରାମବାସୀ । ତେବେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଓଟର କ୍ଷତ ଓ ସଂକ୍ରମଣ ନେଇ ଚିକିତ୍ସା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସ୍ବାର୍ଥ ସରିଗଲା ପରେ ଭୁଲିଗଲା ମାଲିକ ! ଗାଁ ଗାଁ ବୁଲି ସ୍ନେହ ଖୋଜୁଛି ଓଟ

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକର ବଉଳପୁର ଅଞ୍ଚଳରେ ଏହି ଓଟକୁ ନେଇ ଅଞ୍ଚଳବାସୀ ବେଶ ଚିନ୍ତାରେ ପଡିଥିଲେ । ଏହି ଓଟଟି ସଦାଶିବପୁର ପଞ୍ଚାୟତର ବଡ଼ ବଉଳପୁର, ସାନ ବଉଳପୁର ଓ ପାଟଣା ଆଦି ଗ୍ରାମରେ ଆଜକୁ ୧୫ଦିନ ହେବ ବୁଲୁଥିବା ଦେଖିବାକୁ ମିଳୁଥିଲା । ଗ୍ରାମବାସୀ ପନିପରିବା ଓ କିଛି ଖାଇବାକୁ ଦେଇ ବଞ୍ଚାଇ ରଖିଥିଲେ । ଏହି ଅଞ୍ଚଳ ଛାଡି ଓଟଟି ଆଉ କେଉଁ ଆଡେ ଯାଉ ନଥିବା ସତେ ଯେମିତି ଏହି ଅଞ୍ଚଳବାସୀଙ୍କ ସ୍ନେହ ଓ ପ୍ରେମ ଏହି ଓଟକୁ ବାନ୍ଧି ରଖିଥିଲା । ତେବେ ଓଟଟିର ମୁହଁ ନାକ କ୍ଷତ ଯୋଗୁଁ ସଂକ୍ରମିତ ହୋଇଥିବା ଦେଖାଯାଇଥିଲା । ବୃଦ୍ଧ ବୟସ ଓ ଏପଟେ ରୁଗ୍ଣ ଏହି ଓଟଟି ଜୀବନ ବଞ୍ଚାଇବା ଏକ ପ୍ରକାର ସଂଗ୍ରାମ କରୁଥିଲା । ଯାହାକୁ ନେଇ ଏହି ଅଞ୍ଚଳବାସୀଙ୍କୁ ବ୍ୟଥିତ ହୋଇପଡି ତାର ଚିକିତ୍ସା ଓ ସ୍ଥାନାନ୍ତର ପାଇଁ ଦାବି କରୁଥିଲେ ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.