ଦନ୍ତା ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

author img

By

Published : Mar 12, 2023, 7:18 PM IST

elephant dead body found

ଢେଙ୍କାନଳ ସଦର ବନାଞ୍ଚଳର ଓସ୍ତପାଲି ଗ୍ରାମ ନିକଟରୁ ହାତୀ ମୃତଦେହ ଠାବ କରିଛି ବନବିଭାଗ । ହାତୀ ମୃତ୍ୟୁକୁ ନେଇ କାରଣ ଅସ୍ପଷ୍ଟ ଥିବା ବେଳେ ବିଷ ପ୍ରୟୋଗ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ଦନ୍ତା ହାତୀର ମୃତଦେହ ଠାବ

ଢେଙ୍କାନାଳ: ଅସୁରକ୍ଷିତ ଗଜରାଜ । ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । ଏବେ ପୁଣି ଆଉ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ଢେଙ୍କାନଳ ସଦର ବନାଞ୍ଚଳର ଓସ୍ତପାଲି ଗ୍ରାମ ନିକଟରୁ ହାତୀ ମୃତଦେହ ଠାବ କରିଛି ବନବିଭାଗ । ତେବେ ହାତୀ ମୃତ୍ୟୁକୁ ନେଇ କାରଣ ଅସ୍ପଷ୍ଟ ଥିବା ବେଳେ ବିଷ ପ୍ରୟୋଗ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚକରେ ହାତୀ ଉପଦ୍ରବ କ୍ରମଶଃ ବଢ଼ିବାରେ ଲାଗିଛି । ବଣୁଆ ହାତୀମାନେ ଗାଁଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରି ଚାଲିଛନ୍ତି । ଏପରିକି ହାତୀ ମଣିଷ ମୁହାଁମୁହିଁ ହୋଇ ରହୁଥିବା ବେଳେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ବଳି ପଡୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ମାନେ ନିଜର ଧନ ଜୀବନ ସୁରକ୍ଷା ନେଇ ଚିନ୍ତାରେ ପଡି ଯାଇଛନ୍ତି । ଏପରିସ୍ଥଳେ ସଦର ବନାଞ୍ଚଳରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଓସ୍ତପାଳ ଗାଁ ମୁଣ୍ଡରେ ଦନ୍ତା ମୃତଦେହକୁ ଉଦ୍ଧାର ହୋଇଛି ।

ଅନ୍ୟପଟେ ହାତୀର ମୃତଦେହ ପାଖରେ ଆଖପାଖ ଗ୍ରାମବାସୀ ଠୁଳ ହୋଇଛନ୍ତି । ହାତୀଟିର ବୟସ ପ୍ରାୟ ୧୪ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀର ଶୁଣ୍ଢରୁ ରକ୍ତ ବାହାରୁଥିବା ବେଳେ ପେଟ ଫୁଲାଇ ରଖିଥିବା ଦେଖିବାକୁ ମିଳୁଛି । ଫଳରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ସଦର ବନାଞ୍ଚଳ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଅଞ୍ଚଳରେ ହାତୀପଲ ପଶି ଉପଦ୍ରବ କରୁଥିବା ଜଣାପଡିଛି । ଏପରିକି ଏହି ଦନ୍ତା ହାତୀଟି ମଧ୍ୟ ଗତ ୧୫ଦିନ ହେଲା ଉପଦ୍ରବ କରୁଥିବା ବେଳେ ଲୋକଙ୍କୁ ମଧ୍ୟ ମାରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କଟକରେ CNG ମାଧ୍ୟମରେ ହେବ ମୃତଦେହ ସତ୍କାର, ଶେଷ ପର୍ଯ୍ୟାୟରେ ପ୍ରକଳ୍ପ କାର୍ଯ୍ୟ

ମାତ୍ର ଏହି ହାତୀପଲକୁ ଘଉଡ଼ାଇବା କିମ୍ବା ଲୋକଙ୍କୁ ସୁରକ୍ଷା ଦିଗରେ ବନ ବିଭାଗ ଗୁରୁତ୍ୱ ଦେଉନ ଥିବା ପାଲଟା ଅଭିଯୋଗ ଉଠାଇଛନ୍ତି ଅଞ୍ଚଳବାସୀ । ସଦର ରେଞ୍ଜ ଅଧିକାରୀ ପହଞ୍ଚି ଥିବାବେଳେ ହାତୀର ମୃତ୍ୟୁ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର ସଠିକ କାରଣ କଣ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ସଦର ରେଞ୍ଜ ଅଫିସର।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.