ବଢୁଛି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଗଲେଣୀ ଦୁଇ ଜୀବନ

author img

By

Published : Mar 16, 2023, 3:45 PM IST

ଢେଙ୍କାନାଳ ଜିଲ୍ଲାରେ ହାତୀ ଆତଙ୍କ

ଢେଙ୍କାନାଳ ଜିଲ୍ଲାରେ ଦୁଇ ଦିନରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ । ଭୟ ଓ ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ଢେଙ୍କାନାଳ ଜିଲ୍ଲାରେ ହାତୀ ଆତଙ୍କ, ଦୁଇ ଦିନରେ ହାତୀ ଆକ୍ରମଣରେ ଗଲେଣି ଦୁଇ ଜୀବନ

ଢେଙ୍କାନାଳ: ବଢୁଛି ହାତୀ ଉପଦ୍ରବ । ଢେଙ୍କାନାଳ ଜିଲ୍ଲାରେ ଦୁଇ ଦିନରେ ହାତୀ ଆକ୍ରମଣରେ ଗଲାଣି ଦୁଇ ଜୀବନ । ନରହନ୍ତା ହାତୀଙ୍କ ଭୟରେ ଭୟଭୀତ ଗ୍ରାମବାସୀ । ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ବାରିହାପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଅଘରୀ ମାଝୀ ।

ତେବେ ସୂଚନା ମୁତାବକ ଆଜି ସକାଳେ ସେ ଗାଁ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ, ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ । ଫଳରେ ହାତୀ ଟି ତାଙ୍କୁ କଚାଡି ଦେବା ସହ ଦଳି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଘଟିଥିଲା । ଗାଁ ଲୋକ ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ସେହିପରି ସମାନ ଘଟଣା ଢେଙ୍କାନାଳ ବନଖଣ୍ଡ ରେଞ୍ଜର ଗୋଳାଗାଡିଆ ଗ୍ରାମରେ ଦେଖିବାକୁ ମିଳିଥିଲା । ଗତକାଲି(ବୁଧବାର) ଜଣେ ଛେଳି ଚରାଳିଙ୍କୁ ହାତୀ କଚାଡି ମାରିଥିଲା । ମୃତକ ହେଲେ ସେହି ଗ୍ରାମର ଶରତ ଧଳ । ସୂଚନା ମୁତାବକ ଶରତ ଗାଁ ପାଖ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବା ବେଳେ, ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ୨୪ ଘଣ୍ଟା ନପୁରୁଣୁ ଦୁଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ଥାନୀୟ ଲୋକେ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହାତୀଙ୍କ ଉପଦ୍ରବ ବଢୁଥିବା ବେଳେ ସରକାର ଏବଂ ବନ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

ଢେଙ୍କାନାଳ ବନାଞ୍ଚକରେ ହାତୀ ଉପଦ୍ରବ କ୍ରମଶଃ ବଢ଼ିବାରେ ଲାଗିଛି । ହାତୀପଲ ଗାଁ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ ଫସଲ ନଷ୍ଟ କରି ଚାଲିଛନ୍ତି । ଫଳରେ ଧନଜୀବନ ହରାଉଛନ୍ତି ଲୋକେ । ଏପରିକି ହାତୀ ମଣିଷ ମୁହାଁମୁହିଁ ସମୟରେ କେତେବେଳେ ହାତୀତ ଆଉ କେତେବେଳେ ମଣିଷ ବଳି ପଡୁଛି । ଏହାସହ ଗ୍ରାମକୁ ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟ ନଥିବା କରାଣରୁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରମବାସୀ । ତେବେ ସରକାର ଏବଂ ବନ ବିଭାଗ ଏହି ସମସ୍ୟାର ସମାଧାନ ପାଇଁ ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗକୁ ବଡ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.