ଢେଙ୍କାନାଳରେ କଟକଣାରେ ଚାଲିଛି ବିଜୟା ଦଶମୀ ପୂଜା

author img

By

Published : Oct 15, 2021, 3:08 PM IST

ବିଜୟାଦଶମୀ: ଢେଙ୍କାନାଳରେ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା

ଆଜି ହେଉଛି ପବିତ୍ର ବିଜୟାଦଶମୀ ବା ଦଶହରା ପୂଜା । ଏହି ଅବସରରେ ଢେଙ୍କାନାଳରେ ଚାଲିଛି ମା'ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

ଢେଙ୍କାନାଳ: ଆଜି(ଶୁକ୍ରବାର) ହେଉଛି ପବିତ୍ର ବିଜୟାଦଶମୀ । ଏହି ଅବସରରେ ଜିଲ୍ଲାରେ କୋଭିଡ଼ କଟକଣା ମଧ୍ୟରେ ଚାଲିଛି ମା'ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା । ସେପଟେ ପୂଜା ମଣ୍ଡପ ଗୁଡ଼ିକରେ କିଛି ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ବିଜୟାଦଶମୀ: ଢେଙ୍କାନାଳରେ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା

ପବିତ୍ର ଦଶହରା ପୂଜାରେ ମହମାୟା ଦେବୀ ଦୁର୍ଗାଙ୍କ ଚାଲିଛି ପୂଜା ଉତ୍ସବ । ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାର, କାଂଚନ ବଜାର, କୁଞ୍ଜକାନ୍ତ, ପୁଲିସ ରିଜର୍ଭ ଲାଇନ ଓ ମହାବୀର ବଜାରରେ ମା'ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି । କୋଭିଡ଼ କଟକଣା ରହିଥିବାରୁ ସାଧାରଣ ଦର୍ଶନ ଉପରେ କଡ଼ା କଟକଣା ରହିଛି । ତଥାପି ଆଜି ମା'ଙ୍କ ଅନ୍ତିମ ପର୍ବ ବିଜୟା ଦଶମୀ ରହିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନ ଅଥୟ ହେଉଛି ।

ଫଳରେ ଏହି ପୂଜା ମଣ୍ଡପ ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାକୁଙ୍କୁ କିଛି ମାତ୍ରାରେ ଭିଡ଼ ପରିଲକ୍ଷିତ ହୋଇଛି । ବିଶେଷକରି ଆଜି ଦଶହରା ତଥା ମା' ଙ୍କର ବିଜୟା ଦଶମୀ ଅବସରେ ସ୍ବତନ୍ତ୍ର ପୂଜା ଅପରାଜିତା ପୂଜା ରୀତିନୀତିରେ କରାଯାଉଥିବା ପୂଜକମାନେ ସୂଚନା ଦେଇଛନ୍ତି । ଅପରପକ୍ଷରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ରହିଥିବାରୁ କୋଭିଡ଼ ମହାମାରୀ କିପରି ଦୂର ହେବ ଏନେଇ ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଅନେକ ଭକ୍ତ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.