କୋଭିଡ କଟକଣାରେ ଚାଲିଛି ମା'ଙ୍କ ପୂଜା, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

author img

By

Published : Oct 13, 2021, 6:52 PM IST

କୋଭିଡ କଟକଣାରେ ଚାଲିଛି ମା'ଙ୍କ ପୂଜା, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

ଜିଲ୍ଲା ପ୍ରଶାସନର କୋଭିଡ କଟକଣା ଭିତରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । ସହରର କାଞ୍ଚନ ବଜାର, ମହାବୀର ବଜାର, ପୁଲିସ ରିଜର୍ଭ ଲାଇନ ଓ କୁଞ୍ଜକାନ୍ତସ୍ଥିତ ଚନ୍ଦ୍ରଶେଖର ପ୍ରେସ ସ୍ଥାନରେ ବେଶ ଜାକଜମକରେ କୋଭିଡ କଟକଣା ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ଢେଙ୍କାନାଳ: କୋଭିଡ କଟକଣା ମଧ୍ୟରେ ଚାଲିଛି ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା । ବିଶେଷ କରି ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରେ ମହାଳୟା ଠାରୁ ମା'ଙ୍କର ନବରାତ୍ର ପୂଜା ଉତ୍ସବ ଜାରି ରହିଛି । ତେବେ ସହରର କାଞ୍ଚନ ବଜାର, ମହାବୀର ବଜାର, ପୁଲିସ ରିଜର୍ଭ ଲାଇନ ଓ କୁଞ୍ଜକାନ୍ତସ୍ଥିତ ଚନ୍ଦ୍ରଶେଖର ପ୍ରେସ ଆଦି ସ୍ଥାନରେ ମା'ଙ୍କୁ ଆବାହନ କରାଯାଇ ସପ୍ତମୀ ତିଥିରୁ ପୂଜାର୍ଚ୍ଚନା ଜାରି ରହିଛି ।

କୋଭିଡ କଟକଣାରେ ଚାଲିଛି ମା'ଙ୍କ ପୂଜା, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

ତା ସହିତ ଏହି ପୂଜା ମଣ୍ଡପମାନଙ୍କରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଉଛି । ତେବେ ପୀଠରେ ମା'ଙ୍କ ନବମୀ ପୂଜା କରାଯାଉଥିବାବେଳେ ପୂଜା ମଣ୍ଡପ ମାନଙ୍କରେ ଆଜି ମା'ଙ୍କ ମହାଷ୍ଟମୀ ପୂଜା ପାଳିତ ହେଉଛି । ଫଳରେ ପରମ୍ପରା ଓ ରୀତିନୀତି ଅନୁଯାୟୀ ମଣ୍ଡପମାନଙ୍କରେ ନିଷ୍ଠାର ସହ ମା'ଙ୍କ ପୂଜାକାର୍ଯ୍ୟ ଚାଲିଥିବା ନେଇ ପ୍ରକାଶ କରିଛନ୍ତି ମଣ୍ଡପର କର୍ମକର୍ତ୍ତା ।

ସେପଟେ ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଜାରି ରହିଥିବାରୁ ମା'ଙ୍କ ମଣ୍ଡପ ଚାରିପଟୁ ଆବଦ୍ଧ କରାଯାଇଥିଲେ ମଧ୍ୟ ଆଜି ମା'ଙ୍କର ଏହି ମହାଷ୍ଟମୀ ଅବସରରେ ଶ୍ରଦ୍ଧାଳୁଙ୍କର କିଛି ମାତ୍ରାରେ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ସାରା ବିଶ୍ବରୁ କିପରି ଏହି କୋଭିଡ ମହାମାରୀ ସମ୍ପୂର୍ଣ୍ଣ ଦୂର ହେବ, ଆଉ ମା'ଙ୍କୁ ଖୋଲା ମଣ୍ଡପରେ ମନ ଖୋଲି ଦର୍ଶନ କରିବାର ସୁଯୋଗ ମିଳିବ ଏହାହିଁ କାମନା କରିଛନ୍ତି ଶ୍ରଦ୍ଧାଳୁ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.