ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଢେଙ୍କାନାଳ ଟାଉନ ପ୍ଲାନିଂ କଲୋନୀ

author img

By

Published : Sep 14, 2021, 4:51 PM IST

ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଢେଙ୍କାନାଳ ଟାଉନ ପ୍ଲାନିଂ କଲୋନୀ

ଲଗାଣ ବର୍ଷା ଯୋଗୁଁ ଭାସୁଛି ଟାଉନ ପ୍ଲାନିଂ କଲୋନୀ । ଘରେ ଭିତରେ ପାଣି ପଶିବାରୁ ହନ୍ତସନ୍ତ ଲୋକେ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ସହର । ମୂଷଳ ଧାରାରେ ବର୍ଷା ଯୋଗୁଁ ସ୍ଥାନେ ସ୍ଥାନେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି ରହିଛି । ବର୍ଷା ଯୋଗୁଁ କାହା ଘରେ ପାଣି ପଶିଯାଇଛି ତ ପୁଣି କେଉଁଠି ପାଚେରୀ ଭାଙ୍ଗି ଯାଇଛି । ସହରର କଥା ତ ନକହିବା ହିଁ ଭଲ । ବିଶେଷ କରି ସହରର ଦକ୍ଷିଣକାଳୀ, କୁମ୍ଭାରସାହି ଅଞ୍ଚଳରେ ବର୍ଷା ପାଣି ଲୋକଙ୍କୁ ନାକେଦାମ କରିଛି ।

ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଢେଙ୍କାନାଳ ଟାଉନ ପ୍ଲାନିଂ କଲୋନୀ

ସେପଟେ ଢେଙ୍କାନାଳ ଟାଉନ ପ୍ଲାନିଂ କଲୋନୀବାସୀଙ୍କ କଥା ନକହିବା ଭଲ । ପ୍ରବଳ ବର୍ଷା ଯୋଗୁଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି କଲୋନୀବାସୀ । କଲୋନୀର ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି । ଆଉ ଡ୍ରେନ ରାସ୍ତା ସବୁ ଜଳମଗ୍ନ ହୋଇଯାଇଛି । ଘରେ ଘରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ପଶି ଯାଇଛି । ଫଳରେ ଘରର ଆସବାବପତ୍ର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନ ହେଲା ଏହି ଟାଉନ ପ୍ଲାନିଂ କଲୋନୀବାସୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ଜଟିଳ ସ୍ଥିତିରେ ପଡିଯାଇଛନ୍ତି ଲୋକେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.