ପୋଖରୀରେ ବୁଡି ୨ବର୍ଷର ଶିଶୁ ମୃତ

author img

By

Published : Sep 9, 2022, 10:36 PM IST

ପୋଖରୀରେ ବୁଡି ୨ବର୍ଷର ଶିଶୁ ମୃତ

ପୋଖରୀରେ ବୁଡ଼ି ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିିଛି । ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ । ଅଧିକ ପଢନ୍ତୁ

ଢେଙ୍କାନାଳ: ପୋଖରୀ ତୁଠରେ ଖେଳିବା ହେଲା କାଳ । ଅସାବଧାନତା କାରଣରୁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ । ପୋଖରୀରେ ବୁଡ଼ି ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିିଛି । ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ।

ସୂଚନା ମୁତାବକ ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମର ପ୍ରକାଶଙ୍କ ଦୁଇ ବର୍ଷର ଝିଅ ଆଜି ସକାଳ ସମୟରେ ଏକୁଟିଆ ଖେଳୁଥିଲା । ଏକୁଟିଆ ଖେଳୁଥିବା ବେଳେ ସେ ହଠାତ କୁଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ୨ ବର୍ଷର ଝିଅକୁ ଖେଳୁଥିବା ଜାଗାରେ ଦେଖିବାକୁ ପାଇ ନଥିଲେ । ପରିବାର ଲୋକେ ବହୁତ ସମୟ ଧରି ସାହି ପଡିଶା ଓ ଏଣେ ତେଣେ ଖୋଜାଖୋଜି କରିଥିଲେ । ହେଲେ ଶିଶୁଟିର କୌଣସି ସନ୍ଧାନ ପାଇ ନଥିଲେ । ୨ ବର୍ଷ ଝିଅର କୌଣସି ଖୋଜ ଖବର ନ ପାଇବା ପରେ ପରିବାର ଲୋକେ ବିଚଳିତ ହୋଇ ପଡିଥିଲେ । ପରେ ସନ୍ଦେହ କରିଥିଲେ ଘର ନିକଟରେ ଥିବା ଦେଉଳ ପୋଖରୀକୁ ଯାଇଥିଲେ । ଦେଉଳ ପୋଖରୀରେ ଶରୀରର ସାମନ୍ୟା କିଛି ଅଂଶ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ପୋଖରୀ ଭିତରକୁ ଯାଇ ଦେଖିଥିଲେ ଯେ ତାଙ୍କ ୨ ବର୍ଷର ୨ ବର୍ଷର ପାଣିରେ ଭାସୁଛି । ଶିଶୁ କନ୍ୟାକୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପରିବାର ଲୋକ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ୨ ବର୍ଷର କନ୍ୟାକୁ ମୃତ ଘୋଷଣା କରିଛନ୍ତି । ଏନେଇ ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ସାମାନ୍ୟ ଅସାବଧାନତା କାରଣରୁ ଶିଶୁ ମାନେ ପୋଖରୀରେ ବୁଡି ଯିବା ଘଟଣା ଆଗରୁ ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲା ବାଲିକୁଦା ଥାନା ଚଅଁରପୁର ଗାଁରେ ପୋଖରୀରେ ବୁଡି ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା । ଖେଳିବା ସମୟରେ ଶିଶୁପୁତ୍ର ଘର ଆଗରେ ଥିବା ପୋଖରୀକୁ ଖସିପଡିଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଥଲେ । ସଙ୍ଗେ ସଙ୍ଗେ ଶିଶୁ ପୁତ୍ରକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ୨ ବର୍ଷର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.