ଢେଙ୍କାନାଳରେ ଡ୍ରାଇଭର ସଂଘ ଆନ୍ଦୋଳନର ପ୍ରଭାବ, ଗାଡ଼ି ଚଳାଚଳ ଠପ୍

author img

By

Published : Mar 15, 2023, 6:25 PM IST

driver association protest in Dhenkanal

୧୦ ଦଫା ଦାବି ନେଇ ଢେଙ୍କାନାଳରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ସଂଘ । ଆନ୍ଦୋଳନ ପ୍ରଭାବରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଅଧିକ ପଢ଼ନ୍ତୁ

ଢେଙ୍କାନାଳରେ ଡ୍ରାଇଭର ସଂଘ ଆନ୍ଦୋଳନର ପ୍ରଭାବ

ଢେଙ୍କାନାଳ: ୧୦ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ସଂଘ । ଫଳରେ ସାରା ରାଜ୍ୟ ପ୍ରଭାବିତ ହୋଇଛି । ରାଜ୍ୟର ଦୁଇ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ-ସମ୍ବଳପୁରକୁ ଯୋଗାଯୋଗ କରୁଥିବା ୫୫ନମ୍ବର ଜାତୀୟ ରାଜପଥରେ ଡ୍ରାଇଭରଙ୍କ ଆନ୍ଦୋଳନ ସମ୍ପୂର୍ଣ୍ଣ ପ୍ରଭାବିତ କରିଛି । ଢେଙ୍କାନାଳ କଲେଜ ବାଇପାସ ଓ କାମାକ୍ଷା ଛକରେ ଶତାଧିକ ଡ୍ରାଇଭର ଜାତୀୟ ରାଜପଥ ପାର୍ଶ୍ଵରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି । କେବଳ ଜରୁରୀରକାଳୀନ ସେବା ଗାଡ଼ିକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଭାବେ ଚକ ଅଖ ଠପ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Bridge Collapse: ଭୁଶୁଡ଼ିଲା ନିର୍ମାଣଧିନ ଦ୍ଵିତୀୟ କେନ୍ଦ୍ରାପଡ଼ା ବାଇପାସ ସେତୁ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳ ଡାକରାରେ ଶହ ଶହ ସଂଖ୍ୟାରେ ଡ୍ରାଇଭର ମୋଟଙ୍ଗା ବାଇପାସ ଛକରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ଡ୍ରାଇଭରମାନେ ତାଙ୍କର ଦାବିକୁ ନେଇ ବିଭିନ୍ନ ନାରାବାଜି ଦେଉଛନ୍ତି । ସେପଟେ ଢେଙ୍କାନାଳର ଶିଳ୍ପ ଅନୁଷ୍ଠାନର ପେଣ୍ଠସ୍ଥଳୀ କୁହାଯାଉଥିବା କଣ୍ଟା ବଣିଆ ଛକରେ ମଧ୍ୟ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି । ଫଳରେ ଟାଟା ଷ୍ଟିଲ, ଜିଏମଆର, ନବଭରତ ଆଦି କାରଖାନାକୁ ଟ୍ରକ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଛି । କେବଳ ଜରୁରୀକାଳୀନ ସେବା ଗାଡିକୁ ଛାଡି ରାଜପଥରେ ଅନ୍ୟ ଗାଡି ସବୁ ଚଳାଚଳ ବନ୍ଦ ପାଇଁ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଢେଙ୍କାନାଳ ମୁଖ୍ୟ ସଦର ମହକୁମା, କାମାକ୍ଷାନଗର, ଭୁବନ, ପରଜଙ୍ଗ , କଙ୍କଡାହାଡ଼, ହିନ୍ଦୋଳ , ଓଡ଼ପଡା ଆଦି ଅଞ୍ଚଳରେ ଟାକ୍ସି ଓ ବସ ଯାତ୍ରୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବୌଦ୍ଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ, ଚକ ଅଖ ବନ୍ଦ

ତେବେ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ଏପଟେ ଢେଙ୍କାନାଳ ବସ ଷ୍ଟାଣ୍ଡରେ ବସ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଗାଡି ଗୁଡିକ ଠିଆ ହୋଇ ରହିଛି । ତେଣୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ପିଲାଙ୍କ ପରୀକ୍ଷା ହେଉ ବା ଆମ୍ବୁଲାନ୍ସ ସେବା ଅଥବା ଡାକ୍ତରୀ ସେବା ଉପରେ କୌଣସି କୁପ୍ରଭାବ ପଡ଼ିନାହିଁ । ଏହି ଆନ୍ଦୋଳନରେ ଓଡାପଡା ଓ ହିନ୍ଦୋଳ ବ୍ଳକ ଓଡାପଡା ବ୍ଳକ ଡ୍ରାଇଭର ମହାସଂଘ ସଭାପତି ଦିଲିପ କୁମାର ସିଂ, ସାଧାରଣ ସମ୍ପାଦକ ସମିର ମହାନ୍ତି, ଉପସଭାପତି ସୁଧାଂଶୁ ଶେଖର ରାଉତ, ପ୍ରମୁଖ ଏହାର ନେତୃତ୍ୱ ନେଇଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.