ଢେଙ୍କାନାଳ ପୋଲିସ ହାବୁଡ଼ରେ ୩ ବଡ଼ ଡକାୟତି ଗ୍ୟାଙ୍ଗ, ଦେଢ କୋଟି ଟଙ୍କା ଜବତ

author img

By

Published : Oct 11, 2021, 6:52 PM IST

Updated : Oct 11, 2021, 7:15 PM IST

ଢେଙ୍କାନାଳ ପୋଲିସ ହାବୁଡ଼ରେ ୩ ବଡ଼ ଡକାୟତି ଗ୍ୟାଙ୍ଗ, ଦେଢ କୋଟି ଟଙ୍କା ଜବତ

ଢେଙ୍କାନାଳ ପୋଲିସକୁ ବଡ଼ ସଫଳତା । ୩ ଜଣ ବଡ଼ ବ୍ୟାଙ୍କ ଡକାୟତି ଗ୍ୟାଙ୍ଗକୁ ଧରିବା ସହିତ ଦେଢ କୋଟି ଟଙ୍କା ଓ ୩ଟି ପିସ୍ତଲ ଜବତ କରିଛି । ଅଧିକ ପଢନ୍ତୁ....

ଢେଙ୍କାନାଳ: ବଡ଼ ବ୍ୟାଙ୍କ ଡକାୟତି ଗ୍ୟାଙ୍ଗକୁ କାବୁ କରିବାରେ ସକ୍ଷମ ହୋଇଛି ଢେଙ୍କାନାଳ ପୋଲିସ । ଆଠଗଡ଼ରୁ ATM ଟଙ୍କା ଭ୍ୟାନକୁ ଅପହରଣ କରିଥିଲେ ଏହି ଡକାୟତି ଗ୍ୟାଙ୍ଗ । ଢେଙ୍କାନାଳ ପୋଲିସର ଛକା ପଞ୍ଝା ପରେ ୩ ଡକାୟତଙ୍କୁ କାବୁ କରିବା ସହିତ ଦେଢକୋଟି ଥିବା ଟଙ୍କା ବାକ୍ସ ସହିତ ୩ଟି ପିସ୍ତଲ ଜବତ ହୋଇଛି । ସେପଟେ ଜଣେ ଡକାୟତ ଚମ୍ପଟ ମାରିଥିବା ଜଣାପଡ଼ିଛି ।

ATMରେ ଟଙ୍କା ଲୋଡ କରିବାକୁ ଯାଇଥିବା ଟଙ୍କା ସହ ଏକ ଗାଡିକୁ ଅପହରଣ କରି ଦେଢ଼ କୋଟି ଟଙ୍କା ନେଇ ପଳାଉଥିଲେ ଏହି ବଡ଼ ଡକାୟତ ଗ୍ୟାଙ୍ଗ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମ ନିକଟରେ ଏହି ଡକାୟତି ଗ୍ୟାଙ୍ଗ ସହ ପୋଲିସର ଛକା ପଞ୍ଝା ପରେ ଶେଷରେ ସଫଳ ହୋଇଛି ପୋଲିସ । ଡକାୟତ ମାନେ ପଳାଉଥିବା ଏକ ମାରୁତି ଡିଜାୟାର କାରକୁ ପୋଲିସ ଜବତ କରିଥିବା ବେଳେ କାରରୁ ୩ଟି ପିସ୍ତଲ ଜବତ କରିଛି । ତେବେ ଡକାୟତମାନେ ଲୁଟ କରି ନେଉଥିବା ଦେଢ଼ କୋଟି ଟଙ୍କା ଥିବା ଏକ ବାକ୍ସକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ତେବେ ଏହି କାରରେ ଥିବା ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୋଲିସ କାବୁ କରିଛି ।

ଢେଙ୍କାନାଳ ପୋଲିସ ହାବୁଡ଼ରେ ୩ ବଡ଼ ଡକାୟତି ଗ୍ୟାଙ୍ଗ, ଦେଢ କୋଟି ଟଙ୍କା ଜବତ

ଅନ୍ୟ ଜଣେ ଖସି ପଳାଇଯାଇଥିବା ଜଣାପଡିଛି । ଗିରଫ ୩ ଜଣଙ୍କ ମଧ୍ୟରୁ ବୌଦ୍ଧ, ଆଠଗଡ଼ ଓ କଟକ ନିଆଳି ଅଞ୍ଚଳର ବୋଲି ଜଣାପଡିଛି । ତେବେ ବୌଦ୍ଧ ଅଞ୍ଚଳର ଅନ୍ୟ ଜଣେ ଖସି ପଳାଇଛି । ଏହି ଡକାୟତମାନେ ବ୍ୟାଙ୍କ ଟଙ୍କା ନେଇ ATMକୁ ଯାଉଥିବା ଏକ ଗାଡିକୁ ଆଠଗଡ଼ରୁ ପିସ୍ତଲ ମୁନରେ ଅପହରଣ କରି ଆଣି ସପ୍ତଶଯ୍ୟା ନିକଟରେ ଗାଡିକୁ ଛାଡି ଡକାୟତମାନେ ବ୍ୟବହାର କରୁଥିବା ମାରୁତି ଡିଜାୟାର କାରରେ ଏହି ଟଙ୍କା ବାକ୍ସ ନେଇ ଅନୁଗୋଳ ଆଡକୁ ପଳାଉଥିଲେ ।

ତେବେ ଆଠଗଡ଼ ପୋଲିସ ସୂଚନା ଦେବାରୁ ଢେଙ୍କାନାଳରେ ସଦର ପୋଲିସ ଥାନା ପାଖରେ ଜଗି ରହିଥିଲେ । ଫଳରେ ଡକାୟତମାନେ ସେଠାରୁ ଗାଡି଼ ବୁଲାଇ ପଳାଉଥିବାବେଳେ ଟାଉନ ପୋଲିସ ଜଗିଥିବାରୁ କାମାକ୍ଷାନଗର ରାସ୍ତା ଦେଇ ଗେଙ୍ଗୁଟିଆ ଭିତରେ ବାରଦା ଆଡକୁ ପଳାଇଥିଲେ । ପୋଲିସ ତାଙ୍କୁ ପିଛା କରି କରି ତାଙ୍କୁ ବାରଦା ଗ୍ରାମ ନିକଟରେ ତାଙ୍କ କାରକୁ କବଜା କରିଥିଲା । ଫଳରେ କାରରେ ଥିବା ୪ଜଣ ଦୌଡ଼ି ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ୩ଜଣଙ୍କୁ କାବୁ କରିଥିବା ଜଣାପଡ଼ିଛି ।

ଢେଙ୍କାନାଳ ପୋଲିସ ହାବୁଡ଼ରେ ୩ ବଡ଼ ଡକାୟତି ଗ୍ୟାଙ୍ଗ, ଦେଢ କୋଟି ଟଙ୍କା ଜବତ

ଏହି ଘଟଣାକୁ ନେଇ ବିସ୍ତୃତ ସୂଚନା ଦେଇଛି ପୋଲିସ ଡିଜି ଅଭୟ । ଲୁଟେରାମାନେ ଅପରାହ୍ନ ପ୍ରାୟ ୧ଟା ୧୫ ପାଖାପାଖି ଲୁଟ କରିଥିବାବେଳେ ଢେଙ୍କାନାଳ ସଦର ପୋଲିସ ତାଙ୍କୁ ୧ଟା ୫୦ ମିନିଟ ମଧ୍ୟରେ ଧରିବାରେ ସକ୍ଷମ ହୋଇଥିଲା । ଢେଙ୍କାନାଳ ଓ କଟକ ପୋଲିସର ମିଳିତ ଉଦ୍ୟମରେ ମାତ୍ର ୪୫ ମିନିଟ ମଧ୍ୟରେ ଏହି ଡକାୟତି ଗ୍ୟାଙ୍ଗକୁ ପୋଲିସ ଧରିଥିଲା । ଏଥିଲାଗି ଡିଜିପି ଅଭୟ ଉଭୟ ଜିଲ୍ଲାର ପୋଲିସ ଅଧିକାରୀଙ୍କ ସମେତ SPଙ୍କୁ ପ୍ରଶଂସା କରିଛନ୍ତି ଏବଂ ଏଥିରେ ଜଡ଼ିତ ଥିବା ଅନ୍ୟ ଡକାୟତିଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Oct 11, 2021, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.