ସାଂସଦ ପାଳିଲେ ନବୀନଙ୍କ ଜନ୍ମଦିନ, ବିଧାୟକ-ଜିଲ୍ଲା ସଭାପତିଙ୍କ ମିଳିଲାନି ଦର୍ଶନ

author img

By

Published : Oct 16, 2021, 7:49 PM IST

Dhenkanal mp mahesh sahoo celebrate cm Naveen Patnaik 76th birthday

ଦୀପ ଦାନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ରକ୍ତଦାନ ଶିବିର ଆୟୋଜନ କରି ଢେଙ୍କାନାଳ ସାଂସଦ ପାଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମଦିନ । ଅଧିକ ପଢନ୍ତୁ...

ଅନୁଗୋଳ: ସାଂସଦ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ । ଦୀପ ଦାନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ରକ୍ତଦାନ ଶିବିର ଆୟୋଜନ କରି ଢେଙ୍କାନାଳ ସାଂସଦ ପାଳିଛନ୍ତ ନବୀନଙ୍କ ଜନ୍ମଦିନ। ତେବେ ଏତେ ବଡ଼ ଆୟୋଜନରେ ଜିଲ୍ଲାର କୌଣସି ବିଧାୟକ କିମ୍ବା ଦଳର ସଭାପତିଙ୍କ ଦେଖା ମିଳିନଥିଲା ।

ସାଂସଦ ପାଳିଲେ ନବୀନଙ୍କ ଜନ୍ମଦିନ, ଦେଖା ମିଳିଲାନି ବିଧାୟକ ଓ ଜିଲ୍ଲା ସଭାପତି

ମୁଖ୍ୟମନ୍ତ୍ରୀଙ୍କ ୭୬ ତମ ଜନ୍ମଦିନରେ ଅନୁଗୋଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସାଂସଦ। ଢେଙ୍କାନାଳ ସାଂସଦ ମହେଶ ସାହୁ ମା’ଙ୍କ ନିକଟରେ ନବୀନଙ୍କ ଦୀର୍ଘ ଜୀବନ କାମନା କରି 108 ଦୀପ ଦାନ କରିଛନ୍ତି । ଖାଲି ସେତିକି ନୁହେଁ ଅନୁଗୋଳ ଗାନ୍ଧୀ ପାର୍କକୁ ଯାଇ ମହାତ୍ମାଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ , ଶେଷ ସ୍ବାଧୀନ ରାଜା ସୋମନାଥ ସିଂ ଜଗଦେଵ ଓ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ସେବା ଯୋଗାଇବା ଉଦେଶ୍ୟରେ ଅନୁଗୋଳ କଳା କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବର ମଧ୍ୟ ଆୟୋଜନ କରିଛନ୍ତି ସାଂସଦ।

ତେବେ ସାଂସଦ ଏକାକୀ ନିଜ ସମର୍ଥକ ମାନଙ୍କ ସହ ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଠାରେ ଜିଲ୍ଲାର କୌଣସି ଦଳୀୟ ବିଧାୟକ କିମ୍ବା ଜିଲ୍ଲା ସଭାପତି ଯୋଗ ଦେଇ ନଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.