କୋଭିଡ କଟକଣା, ଚଳିତ ବର୍ଷ ମଧ୍ୟ ବଳଦ ଯାତ୍ରା ବନ୍ଦ

author img

By

Published : Oct 14, 2021, 8:39 PM IST

କୋଭିଡ କଟକଣା, ଚଳିତ ବର୍ଷ ମଧ୍ୟ ବଳଦ ଯାତ୍ରା ବନ୍ଦ

ଚଳିତ ବର୍ଷ ପାଳିତ ହେବ ନାହିଁ ଭୁବନର ଐତିହାସିକ ବଳଦ ଯାତ୍ରା । କେବଳ ବିଧି ଓ ପରମ୍ପରା ରକ୍ଷା କରିବାକୁ କୋଭିଡ କଟକଣା ଭିତରେ ଦୁଇଟି ବଳଦରେ ଯାତ୍ରା କରିବାକୁ ପ୍ରଶାସନ ଅନୁମତି ଦେଇଛି । ଅଧିକ ପଢ଼ନ୍ତୁ...

ଢେଙ୍କାନାଳ: ଭୁବନବାସୀ ଚଳିତ ବର୍ଷ ମଧ୍ୟ ପାରମ୍ପରିକ ଐତିହାସିକ ବଦଳଯାତ୍ରାର ମଜା ଉଠାଇ ପାରିବେ ନାହିଁ । ଚଳିତ ବର୍ଷ ମଧ୍ୟ ଯାତ୍ରା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ମହାମାରୀ କୋରୋନା ପାଇଁ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ଦୁଇଟି ବଳଦକୁ କଟକଣା ସହିତ ବଦଳଯାତ୍ରାକୁ ଶାନ୍ତିକମିଟିର ପ୍ରସ୍ତାବକୁ ପ୍ରଶାସନ ଗ୍ରହଣ କରିଛି । ଭୁବନର ଏକ ପ୍ରମୁଖ ପର୍ବ ହେଉଛି ଦଶହରା ବଳଦ ଯାତ୍ରା । ପ୍ରତ୍ୟେକ ବର୍ଷ 2 ମାସ ପୂର୍ବରୁ ସମସ୍ତ ପ୍ରକାର ନୀତି ନିୟମ ସହିତ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନା କରାଯାଇଥାଏ । ସେହି ଦିନଠାରୁ ବଳଦକୁ ଗ୍ରାମରେ ଚଲାଇବା ଅଭ୍ୟାସ କରାଯାଇଥାଏ ।

କୋଭିଡ କଟକଣା, ଚଳିତ ବର୍ଷ ମଧ୍ୟ ବଳଦ ଯାତ୍ରା ବନ୍ଦ

କିନ୍ତୁ ଦୁଇ ବର୍ଷ ହେବ ମହାମାରୀ କୋରୋନା ଯୋଗୁଁ ସେସବୁ ଆଉ ଦେଖିବାକୁ ମିଳୁନାହିଁ । ପାଖାପାଖି 30 ଗୋଟି ବଳଦ, ଯାତ୍ରାରେ ସାମିଲ୍ ହୁଅନ୍ତି । ତେବେ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ଦୁଇଟି ବଳଦକୁ ନେଇ କଟକଣା ସହିତ ବଦଳଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ଏବଂ ଏକାଦଶୀ ଅବସରରେ ଭୁବନରେ ଦୁଇଦିନ ଧରି ବଳଦ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ବିଜୟା ଦଶମୀ ଦିନ କୋରୋନା କଟକଣା ମଧ୍ୟରେ କେବଳ ଥୋରିଆ ସମାଜ ଓ ବଣିଆ ସମାଜ ପକ୍ଷରୁ ପରମ୍ପରାକୁ ରକ୍ଷା କରି ନିରାଡମ୍ବରରେ ବଳଦକୁ ବନ୍ଦାପନା କରି ଯାତ୍ରା ହେବ । ପ୍ରଥମେ ମଦନମୋହନ ପରେ ଜଗନ୍ନାଥ ମନ୍ଦିରକୁ ଯାଇ ସେଠାରେ ପୂଜା କରିବା ପରେ ଅନୁକୁଳ ଯାତ୍ରା ଆରମ୍ଭ ହୋଇ ବଡହାଟ ଯାତ୍ରା ଶେଷ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ରାବଣ ପୋଡି ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।

ବଳଦ ଯାତ୍ରା ଶାନ୍ତିକମିଟି, ବଳଦିଆ, ପୂଜା କମିଟି ଏବଂ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ କରୋନା କଟକଣାକୁ ଶାନ୍ତିକମିଟି ଗ୍ରହଣ କରିବା ସହିତ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି । କରୋନା ମହାମାରୀ ସରକାରଙ୍କ COVID -19ର ସମସ୍ତ ନିୟମ ପାଇଁ ଭୁବନର ପ୍ରମୁଖ ପର୍ବ ଦଶହରା ବଦଳଯାତ୍ରା ବନ୍ଦକୁ ଭୁବନବାସୀ ସମ୍ମାନ ଜଣାଇବା ସହିତ ଆସନ୍ତା ବର୍ଷ ଅପେକ୍ଷାରେ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.