ଘରୁ ବାହାରିଥିଲେ ଡାକ୍ତରଖାନା, ପହଞ୍ଚିଲେ ଜୁଇରେ

author img

By

Published : Mar 22, 2023, 6:40 PM IST

Updated : Mar 22, 2023, 6:51 PM IST

ଟ୍ରେନ ଲାଇନ୍‌ରେ ପଡିଥିଲା ମୃତ ଶରୀର, ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳର ପଥରଖମ୍ବ ଗ୍ରାମର ଆଭାବନୀୟ ଘଟଣା । ଶାରୀରିକ ଅସୁସ୍ଥତା କାରଣରୁ ବନିତା ନାମକ ଯୁବତୀ ଘରୁ ବାହାରି ଡାକ୍ତର ଖାନାକୁ ଯାଇଥିଲେ । ହେଲେ ଟ୍ରେନ ଲାଇନ୍‌ରେ ପଡିଥିଲା ତାଙ୍କ ମୃତ ଶରୀର । ଅଧିକ ପଢ଼ନ୍ତ

ଟ୍ରେନ ଲାଇନ୍‌ରେ ପଡିଥିଲା ମୃତ ଶରୀର, ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳ: ଅସୁସ୍ଥ ଥିଲେ ବନିତା । ଘରୁ ବାହାରି ମେଡିକାଲକୁ ଯାଇଥିଲେ । ହେଲେ ଆଉ ଫେରି ନଥିଲେ । ଘରେ ପହଞ୍ଚିଥିଲା ତାଙ୍କର ମୃତ୍ୟୁର ବାର୍ତ୍ତା । କ୍ଷତ ବିକ୍ଷତ ଅବସ୍ଥାରେ ଟ୍ରେନ ଲାଇନରୁ ପଡି ରହିଥିଲା ବିନିତାଙ୍କ ମୃତ ଶରୀର । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ଯାଇଥିବା ବୁଢ଼ାପଙ୍କ ଡୁବୁରି ନୂତନ ଟ୍ରେନ ଲାଇନରେ ବିନିତାଙ୍କ ମୃତଦେହ ପଡି ରହିଥିଲା । ମୃତ ବିନିତା ହେଉଛନ୍ତି ପଥରଖମ୍ବ ଗ୍ରାମର । ବିନିତାଙ୍କ ମୃତ ଖବରରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ, ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହିଁନ୍ତି ପରିବାର । ଘରଲୋକେ ଏହାକୁ ହତ୍ୟା ବୋଲି କହୁଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅଧିକ ପଢ଼ନ୍ତ: ରାଜସ୍ଥାନ ବିଧାନସଭାରେ ରାଇଟ୍ ଟୁ ହେଲଥ୍ ବିଲ୍ ପାରିତ, ଜାଣନ୍ତୁ କାହିଁକି ଡାକ୍ତରମାନେ କରୁଛନ୍ତି ବିରୋଧ ?

ତେବେ ପରିବାର ଲୋକଙ୍କ ସୂଚନା ଆନୁଯାୟୀ, ଶାରୀରିକ ଅସୁସ୍ଥତା କାରଣରୁ ବନିତା ଘରୁ ବାହାରି ଡାକ୍ତର ଖାନାକୁ ଯାଇଥିଲେ । ବନିତା ଆଜି ସକାଳେ ଭୋର ସମୟରେ ମୁକ୍ତାପଶି ମେଡିକାଲ ଯିବା ପାଇଁ ଘରୁ ବାହରିକି ଆସିଥିଲେ । କିନ୍ତୁ ଅନେକ ସମୟ ବିତିବା ପରେ ମଧ୍ୟ ସେ ଘରକୁ ଫେରି ନଥିଲେ । ତେବେ କିଛି ସମୟ ପରେ ଟ୍ରେନରେ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ପଡିଥିବାର, ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକେ ସେଠାରେ ପହଞ୍ଚି ବନିତାଙ୍କ ମୃତ ଶରୀରକୁ ଦେଖିଥିଲେ ।

ଅଧିକ ପଢ଼ନ୍ତ: ବିଶ୍ବରେ ଉତ୍କଟ ଜଳ ସଙ୍କଟ, ଜଳ ଅପଚୟ ରୋକିବାକୁ ଜାତିସଂଘର ଆହ୍ବାନ

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲସି ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୋଲିସ ଘଟଣାସ୍ଥଳରେ ପଚରାଉଚରା କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଟ୍ରେନ ଦୁର୍ଘଟଣରେ ବନିତାଙ୍କ ମୃତ୍ୟୁ ହୋଇଥିବା ସଂନ୍ଦେହ କରାଯାଉ ଥିବା ବେଳେ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ନୂତନ ରେଳଲାଇନରେ ଏହା ପ୍ରଥମ ଟ୍ରେନ ଦୁର୍ଘଟଣାରେ ହୋଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ । ମୃତ ମହିଳାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ର ତଦନ୍ତ ପରେ ଜଣାପଡିବ ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Mar 22, 2023, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.