ଜଙ୍ଗଲରୁ ମିଳିଲା ନିଖୋଜ ବୃଦ୍ଧଙ୍କ ଗଳିତ ମୃତଦେହ

author img

By

Published : Sep 12, 2022, 8:13 PM IST

ଜଙ୍ଗଲରୁ ମିଳିଲା ନିଖୋଜ ବୃଦ୍ଧଙ୍କ ଗଳିତ ମୃତଦେହ

ନିଖୋଜ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର । ଢେଙ୍କାନାଳ କର୍ଣ୍ଣାଟକପୁର ଗାଁ ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର ।

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ପଞ୍ଚାୟତର କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲରୁ ମିଳିଛି ନିଖୋଜ ବୃଦ୍ଧଙ୍କ ଗଳିତ ମୃତଦେହ । ବୃଦ୍ଧ ଜଣକ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି । ମୃତବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁର କାଳନ୍ଦୀ ବିଶ୍ୱାଳ । କାଳନ୍ଦୀ ଗତ ୫ଦିନ ପୂର୍ବରୁ ପାରିବାରିକ କଳହକୁ କେନ୍ଦ୍ର କରି ଘର ଛାଡି ପଳାଇ ଯାଇଥିଲେ ।

ତେବେ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ଆଜି ସକାଳେ କର୍ଣ୍ଣାଟକପୁର ଗାଁ ଲୋକ ପାଖ ଜଙ୍ଗଲରେ ଏକ ଗଳିତ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପରଜଙ୍ଗ ପୁଲିସ ଓ ନିଖୋଜ ବ୍ୟକ୍ତିଙ୍କ ପରିବାରସହ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଚିହ୍ନଟ କରିଥିଲେ । ମୃତ କାଳନ୍ଦୀ ବିଶ୍ୱାଳଙ୍କ ପୁଅ କହିଛନ୍ତି, "ଗୁରୁବାର ଠାରୁ ବାପା ନିଖୋଜ ଥିଲେ । ତେବେ ଆଜି ଜଙ୍ଗଲରେ ମୃତଦେହ ପଡ଼ିଥିବା ନେଇ ଦେଖିବାକୁ ଆସିଥିଲୁ । ମୃତଦେହକୁ ଚିହ୍ନଟ କରିଛୁ ।"

ସେପଟେ ଗଳିତ ମୃତଦେହ ପାଖରେ ଏକ ବିଷ ବୋତଲ ପଡିଥିବାର ଦେଖିବାକୁ ମିଳିଛି । ତେଣୁ ପାରିବାରିକ କଳିକୁ କେନ୍ଦ୍ର କରି ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି । ଅନ୍ୟପକ୍ଷରେ ପୋଲିସ ଗଳିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି । ତେବେ ବୃଦ୍ଧ ଜଣକ ଯଦି ଆତ୍ମହତ୍ୟା କରିଛନ୍ତି ତେବେ ଏହାର କାରଣ କଣ ହୋଇଥାଇପାରେ । ଆଉ ଯଦି ଏହା ହତ୍ୟା ତାହେଲେ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ଓ କାହିଁକି ହତ୍ୟା କରିଛନ୍ତି ତାହାର ଟିକିନିଖ ତଦନ୍ତ କରୁଛି ପୋଲିସ । ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.