କାମାକ୍ଷାନଗରରେ ପ୍ରବଳ ବର୍ଷା-ବଜ୍ରପାତ: ନାବାଳିକା ମୃତ, କାନ୍ଥ ପଡି ମହିଳା ଗୁରୁତର

author img

By

Published : Sep 13, 2021, 8:47 PM IST

କାମାକ୍ଷାନଗରେ ପ୍ରବଳ ବର୍ଷା-ବଜ୍ରପାତ: ବଜ୍ରାଘାତରେ ନାବାଳିକା ମୃତ, କାନ୍ଥ ପଡି ମହିଳା ଗୁରୁତର

ଲଗାଣ ବର୍ଷା ଯୋଗୁଁ କାମାକ୍ଷାନଗର ଥାନାଞ୍ଚଳରେ ଏକ କାନ୍ଥ ପଡ଼ି ମହିଳା ଗୁରୁତର ହୋଇଛନ୍ତି । ସେପଟେ ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ...

ଢେଙ୍କାନାଳ: ଜିଲ୍ଲାରେ ବଜ୍ରପାତ ସହ ଲଗାଣ ବର୍ଷାରେ କାମାକ୍ଷାନଗର ସ୍ଥିତି ବେହାଲ ହୋଇଛି । ପ୍ରବଳ ବର୍ଷାକୁ ନେଇ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ କାମାକ୍ଷାନଗରରେ ଏକ କାନ୍ଥ ପଡ଼ି ମହିଳା ଗୁରୁତର ହୋଇଛନ୍ତି । ସେପଟେ ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି ।

କାମାକ୍ଷାନଗରେ ପ୍ରବଳ ବର୍ଷା-ବଜ୍ରପାତ: ବଜ୍ରାଘାତରେ ନାବାଳିକା ମୃତ, କାନ୍ଥ ପଡି ମହିଳା ଗୁରୁତର

କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର ହୋଇଛନ୍ତି । ମହିଳା ଜଣକ ସେହି ଗାଁର ନରେଶ ନାୟକଙ୍କ ସ୍ତ୍ରୀ ଚୁମୁକି ନାୟକ । ସେ ଘରେ ଶୋଇଥିବାବେଳେ ଅଚାନକ ତାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ପରଜଙ୍ଗ ଥାନା ବସୋଇ ଗ୍ରାମର ଆଜି(ସୋମବାର) ଅଚାନକ ବଜ୍ରପାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ନାବାଳିକା ଜଣକ ସେହି ଗ୍ରାମର ସୁରେଶ ମହାଳିକଙ୍କ ୯ ବର୍ଷର ଝିଅ ସସ୍ମିତା ମହାଳିକ ବୋଲି ଜଣାପଡ଼ିଛି । ଖାଇସାରିବା ପରେ ସସ୍ମିତା ହାତ ଧୋଇ ଘର ବାରଣ୍ଡାର ଠିଆ ହୋଇଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ସେ ଅଚେତ ହୋଇ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.