ଅଫିସରୁ ମିଳିଲା ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ

author img

By

Published : Sep 21, 2022, 1:27 PM IST

ସନ୍ଦେହଜନକ ଭାବେ ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ ଠାବ

ସନ୍ଦେହଜନକ ଭାବେ ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧା ମୁକ୍ତାପୁର ଗ୍ରାମର ଅଜିତ ମହାପାତ୍ର । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ସନ୍ଦେହଜନକ ଭାବେ ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ନିକଟସ୍ଥ କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ କାର୍ଯ୍ୟାଳୟରୁ ମୃତଦେହ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧା ମୁକ୍ତାପୁର ଗ୍ରାମର ଅଜିତ ମହାପାତ୍ର ।

ସୂଚନାନୁସାରେ ଟାଟା ଟ୍ରଷ୍ଟ ନାମକ ଏହି ଘରୋଇ ଫାଇନାନ୍ସ କମ୍ପାନୀର ଆବାସିକ କାର୍ଯ୍ୟାଳୟରେ ଅଜିତ କାମ କରୁଥିଲେ । ମଙ୍ଗଳବାର ଅଜିତଙ୍କ ମୃତଦେହ ଏହି କାର୍ଯ୍ୟାଳୟର ସିଡି ଘର ରେଲିଂରେ ବେକରେ ଗାମୁଛା ଲାଗି ଝୁଲିଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ତେବେ କାହିଁକି ଓ କିପରି ମୃତ୍ୟୁ ଘଟିଛି ତାହା ସନ୍ଦେହ ଘେରରରେ ରହିଛି । ଘଟଣାସ୍ଥଳରେ ବାଲିମି ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

ଏ ସମ୍ପର୍କରେ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ପୋଲିସ ପଚରାଉଚୁରା କରିବ । ଏହାସହ ଏ ଘଟଣାରେ ଯିଏ ଜଡ଼ିତ ଥିବ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଢ଼େଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.