କେନାଲରେ ଛପିଥିଲା ମୃତ୍ୟୁ ! ଖେଳୁ ଖେଳୁ ପଡିଗଲା ଶିଶୁ, ଚାଲିଗଲା ଜୀବନ

author img

By

Published : Sep 19, 2022, 8:25 AM IST

ଖେଳ ହେଲା କାଳ : କେନାଲରେ ପଡ଼ି ୩ ବର୍ଷର ଶିଶୁ ମୃତ୍ୟୁ

ଢେଙ୍କାନାଳରେ ଅଘଟଣ । ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ କେନାଲରେ ପଡ଼ି ୩ ବର୍ଷର ଶିଶୁ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ କେନାଲରେ ପଡି ୩ ବର୍ଷର ଶିଶୁ ମୃତ୍ୟୁ । ରେଙ୍ଗାଳି ବାମ କେନାଲରେ ପଡି ୩ ବର୍ଷର ଶିଶୁର ମୃତ୍ୟୁ । ମୃତ ଶିଶୁ ହେଉଛନ୍ତି ଜିରିଡାମାଳୀ ଗ୍ରାମର କେନାଲ ନିକଟସ୍ଥ ବସ୍ତିର ବାପୁନ ଚାମ୍ପିଆଙ୍କର ୩ବର୍ଷର ଝିଅ । ସେ ସାଙ୍ଗମାନଙ୍କ ସହ କେନାଲ କୂଳରେ ଖେଳୁଥିଲେ । ହେଲେ ଅସାବଧାନତା କାରଣରୁ କେନାଲକୁ ଖସି ପଡ଼ିଥିଲେ ।

ଖେଳ ହେଲା କାଳ : କେନାଲରେ ପଡ଼ି ୩ ବର୍ଷର ଶିଶୁ ମୃତ୍ୟୁ

ସ୍ଥାନୀୟ ଲୋକ ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରିବା ସହ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ କାମାକ୍ଷା ନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଖବର ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସବୁଦିନ ପରି ଆଜିବି ବାପୁନଙ୍କ ଝିଅ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିଲା । ହେଲେ କିଏ ବା ଜାଣିଛି ଏହି କୁନି ଝିଅର ଖେଳ ଆଜି ଶେଷ ଖେଳ ହେବ ବୋଲି । ହସଖୁସିରେ ଘରୁ ଯାଇଥିବା ଝିଅଟେ ଆଜି ମୃତ ହୋଇ ଫେରିବ ବୋଲି ଥରେ ବି ଭାବି ନଥିଲେ ପରିବାର ବର୍ଗ ।

ଦୀର୍ଘ ସମୟ ଯାଏଁ ଝିଅ ଘରକୁ ଫେରି ନଥିବାରୁ ବାପା, ମାଆ ଖୋଜା ଖୋଜି ଆରମ୍ଭ କରିଥିଲେ । ଏହାପରେ ଝିଅ କେନାଲରେ ବୁଡ଼ି ଯାଇଥିବା ଖବର ପାଇଥିଲେ । ପରେ ଗାଁ ଲୋକଙ୍କ ସହ ସେଠାରେ ପହଞ୍ଚି ଝିଅକୁ କେନାଲ ଭିତରୁ ଉଦ୍ଧାର କରିଥିଲେ । ଝିଅକୁ ଡାକ୍ତର ମୃତ ଘୋଷଣା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପୁରା ଘର ।

ସାଙ୍ଗମାନେ ବି ସ୍ତବ୍ଧ ହୋଇ ଯାଇଥିଲେ ତାଙ୍କ ସାଙ୍ଗର ମୃତ୍ୟୁ ଖବର ଶୁଣି । ଏବେ ଖାଲି ହୋଇଯାଇଛି ମାଆ କୋଳ । ଝିଅକୁ ହରାଇ ମୁକ ପାଲଟିଯାଇଛନ୍ତି ବାପା, ମାଆ । କେମିତି ବା ଭୁଲିବେ ଝିଅକୁ । ଯେଉଁ ମାଆ ଦିନେ ତାକୁ ଜନ୍ମ ଦେଇଥିଲା ଆଜି ସେହି ମାଆ ଆଖି ଆଗରେ ତା ଝିଅ ମୃତଦେହ ଧରି ପଡ଼ିରହିଛି । ବାହୁନି ବାହୁନି କାନ୍ଦୁଛି ମାଆ । କାରଣ ଜାଣିସାରିଲାଣି ତା ଝିଅ ଏବେ ଅଫେରା ରାଇଜରେ । ଆଉ ଚାହିଁଲେ ବି ସେ କୋଳକୁ ଫେରିବନି । ସବୁ ବେଳେ ଅଳି ଅର୍ଦ୍ଦଳି କରୁଥିବା ଏହି କୁନି ଝିଅଟି ଏବେ ପୁରା ଚୁପ୍ ହୋଇଯାଇଛି । ଆଉ ଶୁଭୁନି ତା ପାଟିରୁ ମାଆ ଡାକ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.