କାଳ ହେଲା ମହୁଲ ଗୋଟାଇବା, 2 ମହିଳାଙ୍କୁ କଚାଡି ମାରିଲା ଦନ୍ତା

author img

By

Published : Mar 30, 2023, 1:52 PM IST

elephant attack

ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ୨ ମହିଳାଙ୍କୁ କଚାଡି ମାରିଲା ହାତୀ । ଅଧିକ ପଢନ୍ତୁ

elephant attack

ଢେଙ୍କାନାଳ: ଥମୁନି ହାତୀ ଉପଦ୍ରବ । ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ୨ ମହିଳାଙ୍କୁ କଚାଡି ମାରିଲା ହାତୀ । ମୃତ ମହିଳା ଦୁଇଜଣ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମ ବାଘୁଆ ସାହିର ପୁଟି ସାମଲ ଓ ଅଗାରୀ ସାମଲ । ଏହି ଦୁଇ ମହିଳା ମହୁଲ ଗୋଟାଇବାକୁ ଯାଇଥିବା ବେଳେ ତାଙ୍କ ଗ୍ରାମ ନିକଟସ୍ଥ ଗଣ୍ଠି ନାଳ ନିକଟରେ ଉଭୟେ ହାତୀ ପଲଙ୍କ ହାବୁଡ଼ରେ ପଡି ଯାଇଥିଲେ । ଫଳରେ ହାତୀ ମାନେ ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଟେକି କଚାଡି ଦେଇଥିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ କରି ହାତୀ ମାନେ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଖଜୁରିକଟା ସେକ୍ସନର କଇ ସଂରକ୍ଷିତ ଜଙ୍ଗଲକୁ ପଳାଇଥିବା ଜଣାପଡିଛି ।

ଅନ୍ୟପଟେ ଏନେଇ ବନକର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ହାତୀ ଆକ୍ରମଣରେ ଦୁଇ ଦୁଇଜଣ ମହିଳାଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ଗ୍ରାମବାସୀ ପୁରୁଣାକଟକ ସମ୍ବଲପୁର ରାସ୍ତାର ଦୁଦୁରୁକୋଟ ଛକରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ । ଘଟଣାସ୍ଥଳକୁ ବାଲିମି ଓ ହିନ୍ଦୋଳ ଥାନା ପୋଲିସ ଓ ବନକର୍ମଚାରୀ ପହଞ୍ଚି ବୁଝାସୁଝା କରିବା ସାଙ୍ଗକୁ କ୍ଷତିପୂରଣ ମିଳିବାର ପ୍ରତିଶୃତି ଦେଇଥିଲେ । ଫଳରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ-ବୋଲେରୋକୁ ଧକ୍କା ଦେଲା ଦୁରନ୍ତ ଏକ୍ସପ୍ରେସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଏହା ମଧ୍ୟ ପଢନ୍ତୁ-ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାକୁ ହାତ ବଢାଇଲା ବିଶ୍ବବ୍ୟାଙ୍କ, ଦେଲା 822 କୋଟି

ସୂଚନା ଥାଉକି, ଏହି ଅଞ୍ଚଳରେ ଗତ କିଛିଦିନ ହେଲା ହାତୀ ପଲ ରହିଥିବା ଜଣାପଡିଛି । ହାତୀ ମାନେ ବିଭିନ୍ନ ଗ୍ରାମରେ ଉପଦ୍ରବ କରୁଥିବା ମଧ୍ୟ କରୁଛନ୍ତି । ଏପରିସ୍ଥଳେ ମହୁଲ ଋତୁ ଚାଲିଥିବାରୁ ମହୁଲ ବାସ୍ନାରେ ହାତୀ ପଲ ରହୁଥିବା ବେଳେ ଲୋକମାନେ ମହୁଲ ଫୁଲ ଗୋଟାଇବାକୁ ସୁବିଧା ହେବ ବୋଲି ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି । ଫଳରେ ହାତୀ ମାନେ ଆହୁରି ହିଂସ୍ର ହୋଇଯାଉଛନ୍ତି ।

ସେପଟେ ସକାଳୁ ସକାଳୁ ମହୁଲ ଗୋଟାଇବା ଅତ୍ୟନ୍ତ ବିପଦ ଜନକ ଥିବା ସତ୍ତ୍ବେ ମହୁଲ ଗୋଟାଇବାକୁ ଲୋକ ମାନେ ଯାଇ ଏହି ହାତୀ ମାନଙ୍କ ଶିକାର ହେଉଥିବା ଅନୁମାନ କରାଯାଉଛି । ଫଳରେ ହାତୀ ରହୁଥିବା ଅଞ୍ଚଳ ଗୁଡି଼କୁ ନଯିବା ପାଇଁ ବନକର୍ମଚାରୀ ମାନେ ଆଗୁଆ ଲୋକ ମାନଙ୍କୁ ସୂଚନା ଦେଇଛନ୍ତି । ଏହା ସତ୍ତ୍ବେ କଥାକୁ ଗୁରୁତ୍ୱ ଦେଉ ନଥିବାରୁ ଏପରି ହାତୀ ଆକ୍ରମଣର ଶିକାର ହେଉଥିବା ମୁଖ୍ୟ କାରଣ ବୋଲି ସାଧାରଣରେ କୁହାଯାଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.