ଚୋରା ହାତୀ ଦାନ୍ତ ଜବତ, ୨ ଗିରଫ

author img

By

Published : Dec 13, 2022, 8:58 PM IST

ଚୋରା ହାତୀ ଦାନ୍ତ ଜବତ, ୨ ଗିରଫ

ଦେବଗଡ଼ ଜିଲ୍ଲା ରିଆମାଳ ପୋଲିସ ଆଜି ଦୁଇଟି ଚୋରା ହାତୀ ଦାନ୍ତ ଜବତ କରିଛି । ଏହି ହାତୀ ଦାନ୍ତକୁ ଦୁଇଜଣ ବ୍ୟକ୍ତି ବିକ୍ରି ପାଇଁ ନେଇଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ଅଧିକ ପଢ଼ନ୍ତୁ

ଚୋରା ହାତୀ ଦାନ୍ତ ଜବତ, ୨ ଗିରଫ

ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ପୋଲିସ ଆଜି ଦୁଇଟି ଚୋରା ହାତୀ ଦାନ୍ତ ଜବତ କରିଛି । ଏହି ହାତୀ ଦାନ୍ତକୁ ଦୁଇଜଣ ବ୍ୟକ୍ତି ବିକ୍ରି ପାଇଁ ନେଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ଏହାସହ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଡିମିରିକୁଦା ଗ୍ରାମର ପିଟର ତିଗା ଓ ବିଲେଇଘଟୀ ଗ୍ରାମର ଫଗୁଆ ତ୍ରିଅବଂଶ ।

ଉକ୍ତ ଦୁଇଜଣ ବ୍ୟକ୍ତି ଏହି ହାତୀ ଦାନ୍ତ ବିକ୍ରି ପାଇଁ ନେଇ ଯାଉଥିବା ବେଳେ ରିଆମାଳ ପୋଲିସ ଅଚାନକ ଚଢ଼ାଉ କରି ଗୋହିରା ଡ୍ୟାମ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ପାଖରୁ 2 ଟି ହାତୀଦାନ୍ତ ସମେତ ଦୁଇଟି ମଟରସାଇକଲ, ଗୋଟିଏ ମୋବାଇଲ ଫୋନ ଜବତ କରିଛି ।

ସୂଚନାନୁସାରେ ରିଆମାଳ ଥାନା ପୋଲିସ ଗୋହିରା ଡ୍ୟାମ ନିକଟରେ ହାତୀଦାନ୍ତ ଚାଲାଣ ହେଉଥିବା ନେଇ ଖବର ପାଇଥିଲା । ଏନେଇ ପୋଲିସ ସେଠାରେ ଚଢ଼ଉ କରି ହାତୀ ଦାନ୍ତ ଜବତ କରିବା ସହ ଦୁଇଜଣ ତସ୍କରଙ୍କୁ ଗିରଫ କରିଥିଲା । ଏହି ଅଭିଯୁକ୍ତମାନେ ଦୁଇଟି ହାତୀ ଦାନ୍ତକୁ ତିନିଖଣ୍ଡ ଲେଖାଏଁ କାଟି ବିକ୍ରି ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ପୋଲିସ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ତନାଘନା କରୁଛି ।

ଜବତ ହୋଇଥିବା ହାତୀ ଦାନ୍ତର ଓଜନ ପ୍ରାୟ 11 କେଜି 164 ଗ୍ରାମ ରହିଛି । ଏହି ଦାନ୍ତ କେଉଁଠାରୁ ଓ କିପରି ହାତୀକୁ ମରାଯାଇ ଅଣାଯାଇଛି ତାହାର କାରଣ ଏଯାଏଁ ଜଣାପଡିନି । ଏହାସହ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରି ରହିଛି । ଗିରଫ ବ୍ୟକ୍ତି ମାନଙ୍କୁ ପୋଲିସ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.