4 ବର୍ଷ ପୂର୍ବରୁ ହଜିଯାଇଥିଲେ ଯୁବତୀ, ଖୋଜି ଆଣିଲା ମହାରାଷ୍ଟ୍ରର ଏନଜିଓ ସଂସ୍ଥା

author img

By

Published : Feb 3, 2023, 11:52 AM IST

Rehabilitation Foundation rescued a young woman

ଚାରି ବର୍ଷ ଧରି ନିଖୋଜ ଥିବା ଯୁବତୀଙ୍କୁ ଉଦ୍ଧାର କରି ପରିବାରରୁ ହସ୍ତାନ୍ତର କଲା ମହାରାଷ୍ଟ୍ରର ଏକ ଏନଜିଓ ସଂସ୍ଥା । ଅଧିକ ପଢନ୍ତୁ

Rehabilitation Foundation rescued a young woman

ଦେବଗଡ: ଦୀର୍ଘ 4 ବର୍ଷ ଧରି ନିଖୋଜ ଥିଲେ ଯୁବତୀ। ଦିଲ୍ଲୀରୁ ଯୁବତୀଙ୍କୁ ଉଦ୍ଧାର ପରେ ପରିବାରକୁ ହସ୍ତାନ୍ତର କଲା ମୁମ୍ବାଇର ଶ୍ରଦ୍ଧା ରିହେବିଲଟେସନ ଫାଉଣ୍ଡେସନ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ । ନିଖୋଜ ଥିବା ଯୁବତୀ ଜଣଙ୍କ ହେଉଛନ୍ତି ଦେବଗଡ଼ ଜିଲ୍ଲା ନୂଆ ଗୌଡ଼ସୁଗୁଡା ଗ୍ରାମର ଭିକାରି ହରିଜନଙ୍କ ଝିଅ ପବିତା ହରିଜନ । ଦେବଗଡ଼ ଆଦର୍ଶ ଥାନା ସହଯୋଗରେ ପରିବାରକୁ ଯୁବତୀ ଜଣଙ୍କୁ ହସ୍ତାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଚାରିବର୍ଷ ପୂର୍ବରୁ ଅର୍ଥାତ 2019 ମସିହାରେ ନୂଆ ପବିତା ହରିଜନ ଦେବଗଡ଼ ଗଣେଶ ମେଳା ଦେଖିବାକୁ ଆସି କୁଆଡେ ନିଖୋଜ ହୋଇ ଯାଇଥିଲେ । ପବିତା ମାନସିକ ରୋଗୀ ହୋଇଥିବାରୁ ଘରକୁ ଫେରିନପାରି ଦେବଗଡ଼ରୁ ଝାରସୁଗୁଡ଼ା ଓ ସେଠାରୁ ଟ୍ରେନ ଯୋଗେ ଦିଲ୍ଲୀକୁ ଚାଲିଯାଇଥିଲେ । ସେଠାରେ ରାସ୍ତାରେ ବୁଲୁଥିବା ବେଳେ 'ଆପନା ଘର, ଆପନା ଆଶ୍ରୟ" ନାମକ ଏନଜିଓ ସଂସ୍ଥାର କର୍ମୀ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ଚିକିତ୍ସା କରିବା ପରେ ଶ୍ରଦ୍ଧା ଫାଉଣ୍ଡେସନ ସଂସ୍ଥା ମୁଖ୍ୟଙ୍କୁ ଅବଗତ କରାଇଥିଲେ ।

ଅନ୍ୟପକ୍ଷରେ କେଉଁ ଯୁବତୀ ଜଣଙ୍କ ନିଖୋଜ ହୋଇ ଯାଇଥିବା ନେଇ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲା। କିନ୍ତୁ ଝିଅକୁ ନପାଇବାରୁ ବାରକୋଟ ଥାନାରେ ପରିବାର ଲୋକ ନିଖୋଜ ଅଭିଯୋଗ କରିଥିଲେ । ଏନେଇ ବାରକୋଟ ପୋଲିସ ଏକ ମାମଲା ରୁଜୁ କର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ଗଣମାଧ୍ୟମର ସହଯୋଗ ନେଇ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । କିନ୍ତୁ ଖୋଜା ଖୋଜି ପରେ ମଧ୍ୟ ଯୁବତୀଙ୍କୁ ଖୋଜି ପାଇବାରେ ବିଫଳ ହୋଇଥିଲା ପୋଲିସ ।

ପରେ ସଂପୃକ୍ତ ଏନଜିଓ ସଂସ୍ଥା ଉଦ୍ଧାର କରିଥିବା ଯୁବତୀର ଠିକଣା ଜାଣିବା ପରେ ଦେବଗଡ଼ ଜିଲ୍ଲା ପୋଲିସକୁ ଯୋଗାଯୋଗ କରିଥିଲେ । ଗତକାଲି(ଗୁରୁବାର) ଦେବଗଡ଼ ଆଦର୍ଶ ଥାନା ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ଏନଜିଓ ସଂସ୍ଥା ଉଦ୍ଧାର ହୋଇଥିବା ଯୁବତୀଙ୍କୁ ତାଙ୍କର ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ତେବେ ନିଜ ନିଖୋଜ ଝିଅକୁ ପାଇବା ପରେ ପରିବାର ଲୋକେ ବେଶ ଖୁସି ପ୍ରକାଶ କରିଛନ୍ତି । ଏନେଇ ଦେବଗଡ଼ ଏସପି ପ୍ରମୋଦ କୁମାର ରଥ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଏନେଇ ଏସପି ପ୍ରମୋଦ କୁମାର ରଥ କହିଛନ୍ତି ଯେ, ''2019 ମସିହାରେ ଗଣେଶ ପୂଜା ସମୟରେ ଗୌଡ଼ସୁଗୁଡା ଗ୍ରାମର ଭିକାରି ହରିଜନଙ୍କ ଝିଅ ପବିତା ହରିଜନ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ସେତେବେଳେ ଏକ ଅଭିଯୋଗ ହୋଇଥିବା ବେଳେ ପୋଲିସ ଖୋଜା ଖୋଜି କରୁଥିଲା । ଏଥିପାଇଁ ଆମେ ଗଣମାଧ୍ୟମର ସାହାଯ୍ୟ ମଧ୍ୟ ନେଇଥିଲୁ । ତେବେ ମହାରାଷ୍ଟ୍ରର ଶ୍ରଦ୍ଧା ରିହେବିଲଟେସନ ଫାଉଣ୍ଡେସନ ନାମକ ଏକ ସ୍ବେଚ୍ଛାସେବୀ ଯୁବତୀଙ୍କୁ ଉଦ୍ଧାର କରିଥିବା ସମ୍ପର୍କରେ ଜଣାପଡିଥିଲା । ଏହାପରେ ଗତକାଲି ପରିବାର ଲୋକଙ୍କୁ ଯୁବତୀଙ୍କୁ ହସ୍ତାନ୍ତର କରାଯାଇଛି। ''

ଇଟିଭି ଭାରତ,ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.