ମାଙ୍କଡ଼ ଉପଦ୍ରବରେ ଅତିଷ୍ଠ ଦେବଗଡବାସୀ, କାବୁ କରିବାରେ ବନବିଭାଗ ଫେଲ୍‌

author img

By

Published : Dec 25, 2022, 12:04 PM IST

monkey menace in deogarh

ମାଙ୍କଡ଼ ଉପଦ୍ରବରେ ଅତିଷ୍ଠ ଦେବଗଡବାସୀ । ମାଙ୍କଡ଼ ଉପଦ୍ରଵକୁ ରୋକିବାରେ ଯଥାସାଧ୍ୟ ଉଦ୍ୟମ ସତ୍ତ୍ୱେ ଫେଲ ମାରିଛି ବନବିଭାଗ । ଅଧିକ ପଢନ୍ତୁ

monkey menace in deogarh

ଦେବଗଡ଼: ସହରରେ ଦିନକୁ ଦିନ ଅଣାୟତ ହେଉଛି ମାଙ୍କଡ଼ ଉପଦ୍ରବ । ଏଥିରେ ଅତିଷ୍ଠ ହୋଇଗଲେଣି ସହରବାସୀ । ମାଙ୍କଡ଼ ଉପଦ୍ରଵକୁ ରୋକିବାରେ ଯଥାସାଧ୍ୟ ଉଦ୍ୟମ ସତ୍ତ୍ୱେ ଫେଲ ମାରିଛି ବନବିଭାଗ । ଯାହାକି ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ସବୁଜ ବଣ ପାହାଡ଼ ପରିବେଷ୍ଟିତ ଦେବଗଡ଼ ସହର । ସହର ନିକଟରେ ରହିଛି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ । ବିଗତ କିଛିବର୍ଷ ହେଲା ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ଦ୍ରୁତ ଅବକ୍ଷୟ ହେବା କାରଣରୁ ଜଙ୍ଗଲରେ ଖାଦ୍ୟର ଅଭାବ ଦେଖାଦେଇଛି । ତେଣୁ ଏହି ଜଙ୍ଗଲ ଉପରେ ନିର୍ଭର କରିଥିବା ଶହ ଶହ ସଂଖ୍ୟାରେ ମାଙ୍କଡ଼ପଲ ଏବେ ସହରମୁହାଁ ହୋଇଛନ୍ତି । ଶହ ଶହ ସଂଖ୍ୟାରେ ମାଙ୍କଡ଼ପଲ ସହରକୁ ଚାଲିଆସି ବିଭିନ୍ନ ବଜାର ଓ ସାହିବସ୍ତିରେ ଉପଦ୍ରବ ମଚାଉଛନ୍ତି । ଲୋକଙ୍କ ବାଡିବଗିଚା ନଷ୍ଟ କରିବା ସହିତ ଚାଳଛପର ଘରଦ୍ୱାର ଭାଙ୍ଗି ଛାରଖାର କରୁଥିବା ନେଇ କହିଛନ୍ତି ଗ୍ରାମବାସୀ । ଏପରିକି ଲୋକଙ୍କ ଘରେ ମାଙ୍କଡ଼ପଲ ନିର୍ଭୟରେ ପଶି ଖାଦ୍ୟଦ୍ରବ୍ୟ ନେଇ ଚମ୍ପଟ ମାରୁଛନ୍ତି । କେହି ଏହାର ପ୍ରତିବାଦ କଲେ ଆକ୍ରମଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: Veer Bal Diwas: ସୋମବାର ଦେଶ ପାଳିବ ବୀର ବଲ ଦିବସ, ଯୋଗ ଦେବେ ମୋଦି

ସବୁଠାରୁ ଉଦବେଗର ବିଷୟ ହେଲା, ଖାଦ୍ୟାଭାବ ଯୋଗୁଁ ମାଙ୍କଡ଼ ପଲଙ୍କ ସ୍ୱଭାବରେ ହିଂସ୍ର ଆଚରଣ ଦେଖାଦେଇଛି । ମାଙ୍କଡ଼ ଉତ୍ପାତକୁ ପ୍ରତିରୋଧ କରୁଥିବା ଲୋକେ ମାଙ୍କଡ଼ ଆକ୍ରମଣର ଶୀକାର ହେଉଛନ୍ତି । ବେସରକାରୀ ସୂତ୍ର ଅନୁଯାୟୀ, ବିଗତ କିଛିମାସ ମଧ୍ୟରେ ଦେବଗଡ଼ ସହରର ଶତାଧିକ ଲୋକ ମାଙ୍କଡ଼ କାମୁଡ଼ାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ପରିସ୍ଥିତି ଏଭଳି ହେଲାଣି ଯେ ମାଙ୍କଡ଼ପଲଙ୍କ ଉତ୍ପାତ ଯୋଗୁଁ ସାଧାରଣ ଲୋକ ରାସ୍ତାରେ ଚାଲିବାକୁ ଭୟ କଲେଣି । ଦେବଗଡ଼ ସହରରେ ଦେଖାଦେଇଥିବା ମାଙ୍କଡ଼ ଦୌରାତ୍ମ୍ୟକୁ ରୋକିବା ଦିଗରେ ସ୍ଥାନୀୟ ବନବିଭାଗ କତ୍ତୃପକ୍ଷ ନିଜର ଯଥାସାଧ୍ୟ ଉଦ୍ୟମ କରି ସୁଦ୍ଧା ଫେଲ ମାରିଛନ୍ତି । ଯାହାକି ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ମାଙ୍କଡ଼ପଲଙ୍କୁ ସହରରୁ ଘଉଡାଇବା ପାଇଁ ବନବିଭାଗ ସ୍ପେଶାଲ ସ୍କ୍ବାର୍ଡ ଗଠନ କରିଛି ସତ, ହେଲେ ଏହାର ତିଳେମାତ୍ର ପ୍ରଭାବ ପରିଲକ୍ଷିତ ହେଉନାହିଁ । ବରଂ ସହରରେ ଦିନକୁଦିନ ମାଙ୍କଡ଼ଙ୍କ ସଂଖ୍ୟା ବଢିବାରେ ଲାଗିଛି । ସହରରୁ କିଭଳି ମାଙ୍କଡ଼ ଉପଦ୍ରବ ରୋକାଯାଇପାରିବ , ତାହା ବର୍ତ୍ତମାନ ବନବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇ ଥିବାବେଳେ ସହରବାସୀ ମଧ୍ୟ ଏଥିରେ ଅତିଷ୍ଠ ହୋଇ ପଡିଛନ୍ତି । ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ବନବିଭାଗ ଏଥିପ୍ରତି ଦୃଢ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.