ଶଗଡ଼ ଗାଡିକୁ ଧକ୍କା ଦେଲା ଟ୍ରକ୍‌, ଦେବଗଡରେ ଦମ୍ପତି ମୃତ

author img

By

Published : Nov 24, 2022, 12:03 PM IST

ଶଗଡ଼ ଗାଡିକୁ ଧକ୍କା ଦେଲା ଟ୍ରକ

ଅଶୁରଖୋଳ ଗ୍ରାମରେ ସଡକ ଦୁର୍ଘଟଣା । ଶଗଡ଼ ଗାଡିକୁ ଟ୍ରକ ଧକ୍କା ଦେବାରୁ ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଦେବଗଡ: ଜିଲ୍ଲାର ଅଶୁରଖୋଳ ଗ୍ରାମର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶଗଡ଼ ଗାଡିକୁ ପଛପଟୁ ଧକ୍କା ଦେଲା ମାଲବାହୀ ଟ୍ରକ । ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତ ଦମ୍ପତି ହେଉଛନ୍ତି ଅସୁରଖୋଳ ଗ୍ରାମର ଶରତ ସାହୁ ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ । ଏଥିସହ ଦୁର୍ଘଟଣାରେ ଗୋଟିଏ ବଳଦର ମୃତ୍ୟୁ ହୋଇଥିବାବେଳେ, ଆଉ ଏକ ବଳଦ ଆହତ ହୋଇଥିବା ଜଣାପଡିଛି ।

ଶଗଡ଼ ଗାଡିକୁ ଧକ୍କା ଦେଲା ଟ୍ରକ
ଶଗଡ଼ ଗାଡିକୁ ଧକ୍କା ଦେଲା ଟ୍ରକ

ମିଳିଥିବା ସୂଚନା ଅନୁଯାୟୀ, ଶରତ ସାହୁ ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ ଆଜି ସକାଳେ ତାଙ୍କର ଶଗଡ ଗାଡି ନେଇ ନିଜ ଜମିକୁ ଯାଉଥିଲେ । ତେବେ ଦେବଗଡ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶରତ ଓ ବିଶାଖାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଟ୍ରକରେ ଚାପି ହୋଇ ଗୋଟିଏ ବଳଦର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟିବା ପରେ ଟ୍ରକର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ ଖବର ପାଇ ତିଲେଇବଣି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ବୈଠକକୁ ଆସିଲେନି ନିର୍ବାହୀ ଅଧିକାରୀ, ପୌର ପରିଷଦ ଆଗରେ କାଉନସିଲରଙ୍କ ବିକ୍ଷୋଭ

ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଉତ୍ୟକ୍ତ ହୋଇ ଲୋକେ ୪୯ ନମ୍ବର ରାଜପଥରେ ରାସ୍ତାରୋକ କରିଥିବା ଜଣାପଡିଛି । ରାସ୍ତାରୋକ ଫଳରେ ସମ୍ବଲପୁର-ଦେବଗଡ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାଜପଥରେ ଶହଶହ ଯାନବାହନ ଅଟକି ରହିଛି । ଏନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.