ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

author img

By

Published : Dec 15, 2022, 12:20 PM IST

Updated : Dec 15, 2022, 12:30 PM IST

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ । ମୃତ ମାଈହାତୀକୁ ଦୀର୍ଘ ସମୟ ଧରି ଜଗି ରହିଥିଲେ ହାତୀପଲ । ଫଳରେ ମୃତହାତୀକୁ ଉଦ୍ଧାର କରିବା ପାଇଁ ବନବିଭାଗ ହୋଇଥିଲା ନାକେଦମ । ଅଧିକ ପଢ଼ନ୍ତୁ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

ଦେବଗଡ଼: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ । ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଅଧୀନ ଖୀଲବେରଣୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ଏକ ମାଈ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମାଈ ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ହାତୀର ମୃତଦେହ ଉଦ୍ଧାର କରିବା ପାଇଁ ବନବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା । କାରଣ ମୃତହାତୀକୁ ଜଗିଥିଲେ ହାତୀପଲ ।

ତେବେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଖିଲବେରେଣୀ ଗ୍ରାମ ଜଙ୍ଗଲକୁ କିଛି ହାତୀପଲ ପଶି ଆସିଥିଲେ । ତେବେ ଏମାନଙ୍କ ମଧ୍ୟରୁ ଏକ ମାଈ ହାତୀଟି ଜଙ୍ଗଲ ଭିତରେ ବୁଲୁଥିବା ବେଳେ ହଠାତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ହାତୀଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ସୂଚନାନୁସାରେ ଗତ କିଛିଦିନ ହେଲା ଏହି ଅଞ୍ଚଳରେ ୧୭ଟିକିଆ ହାତୀପଲ ଘୁରି ବୁଲୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ବୁଧବାର ଏହି ହାତୀପଲ ଭିତରୁ ଏକ ମାଈ ହାତୀର ମୃତ୍ୟୁ ଘଟିବା ପରେ ଅନ୍ୟ ୧୬ଟି ହାତୀ ପାଖରେ ଥିବା 5ଟି କମଳା ବଗିଚା ସମ୍ପୂର୍ଣ୍ଣ ଉଜାଡି ଦେବା ସହ ମଲା ହାତୀକୁ ଦୀର୍ଘ ସମୟ ଧରି ଜଗି ରହିଥିଲେ । ଏପରିକି ତାଙ୍କ ଆଖପାଖରେ କେହି ଲୋକଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରିବାକୁ ଗୋଡାଉଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ବାଲେଶ୍ୱରରେ ଆଖି ବୁଜିଲା ମାଈ ହାତୀ, ବନ ବିଭାଗର ତଦନ୍ତ ଆରମ୍ଭ

ଏସମ୍ପର୍କରେ ଖବରପାଇ କୁଣ୍ଡେଇଗୋଳା ସେକ୍ସନ ବନକର୍ମଚାରୀ ଗତକାଲି ସନ୍ଧ୍ୟାରୁ ଉକ୍ତ ଗ୍ରାମରେ ଜଗି ରହିଥିଲେ ହେଁ , ହାତୀପଲ ସ୍ଥାନ ପରିତ୍ୟାଗ କରିନଥିଲେ । ଯାହାଦ୍ବାରା ବନବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା ।

ଆଜି ସକାଳୁ ଗ୍ରାମବାସୀଙ୍କ ସହାୟତା ନେଇ ବନବିଭାଗ କର୍ମଚାରୀମାନେ ହାତୀପଲକୁ ଘଉଡାଇବାରେ ସଫଳ ହୋଇଛନ୍ତି । ଏହାସହ ହାତୀଟିର ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ ମାଇହାତୀଟି କିଭଳି ଓ କେଉଁ ପରିସ୍ଥିତିରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କଲା ସେ ଦିଗରେ ବନବିଭାଗ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରି ରହିଛି ।

ଇଟିଭି ଭାରତ, ଦେବଗଡ଼

Last Updated :Dec 15, 2022, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.