ବାପ ସାଜିଲା ପିଶାଚ, ମଦ ନିଶାରେ ନିଜ 2ବର୍ଷର ଶିଶୁକନ୍ୟାକୁ କଚାଡି ମାରିଲା

author img

By

Published : Jan 16, 2023, 5:30 PM IST

deogarh murder case

ଦେବଗଡ଼ ଜିଲ୍ଲା ଲାଇମୁରା ଥାନା ଅନ୍ତର୍ଗତ ଲାମ୍ବଡୁରା ଗ୍ରାମରେ ମଦ ନିଶାରେ ନିଜର ଦୁଇ ବର୍ଷର ଶିଶୁକନ୍ୟାରୁ ତଳେ କଚାଡି ମାରିଲା ପିଶାଚ ବାପା । ଅଧିକ ପଢନ୍ତୁ

ଦେବଗଡ: ମଦ୍ୟପ ବାପା ସାଜିଲା ପିଶାଚ । ମଦ ନିଶାରେ ନିଜ ଦୁଇ ବର୍ଷର ଶିଶୁକନ୍ୟାକୁ ତଳେ କଚାଡି ମାରିଦେଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲାଇମୁରା ଥାନା ଅନ୍ତର୍ଗତ ଲାମ୍ବଡୁରା ଗ୍ରାମରେ । ସୂଚନା ଅନୁଯାୟୀ , ଦେବଗଡ ଜିଲ୍ଲାର ନବଗଠିତ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ ଘଟିଛି ଏଭଳି ଘଟଣା। ଏହି ଗାଁ ର ଲୋଚନ କିଷାନ ଙ୍କ ପୁଅ ବିଜୁ କିଷାନ ଗତ ମକର ସଂକ୍ରାନ୍ତି ଦିନ ମଦ ପିଇ ଗଣ୍ଡଗୋଳ ଓ ମାଡ଼ପିଟ କରିବାରୁ ବିଜୁ ଙ୍କ ସ୍ତ୍ରୀ ଘର ଛାଡି ବାପା ଘରକୁ ଚାଲି ଯାଇଥିଲେ ।

ସେ ନିଜର ଦୁଇ ବର୍ଷର ଶିଶୁ କନ୍ୟା କୁ ଘରେ ବାପା ପାଖରେ ଛାଡି ଦେଇ ଚାଲି ଯାଇଥିଲେ । ହେଲେ ଆଜି ସକାଳୁ ବିଜୁ ପ୍ରଚୁର ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଆସି କୌଣସି କାରଣରୁ ଛୋଟ ଶିଶୁ କନ୍ୟା ଟିକୁ ତଳେ କଚାଡି ମାରି ଦେଇଥିଲା। ପାଖ ପଡୋଶୀ ସଙ୍ଗେ ସଙ୍ଗେ ଶିଶୁକୁ ନିକଟସ୍ଥ ଲଇମୁରା ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ପରେ ଲାଇମୁରା ପୋଲିସ୍ ଅଭିଯୁକ୍ତ ମଦ୍ୟପ ବାପା ବିଜୁ କିଶାନ କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏଥିସହ ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.