ଖଳା ଜଗିଥିଲେ, ଚାଷୀଙ୍କୁ ଦଳିଦେଲା ଦନ୍ତା

author img

By

Published : Dec 18, 2022, 12:21 PM IST

elephant terror in gajapati

ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ କୋଲବସା ପଞ୍ଚୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଚାଷୀଙ୍କୁ ଦଳିଦେଲା ହାତୀ

ଦେବଗଡ଼: ଜିଲ୍ଲାରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ । ମଣିଷ ଓ ହାତୀ ମଧ୍ୟରେ ଚାଲିଥିବା ଲଢେଇରେ କେତେବେଳେ ହାତୀ ଟଳିପଡୁଛି ତ ପୁଣି କେତେବେଳେ ମଣିଷ ମୃତ୍ୟୁବରଣ କରୁଛି । ଗତ ଦିନକ ପୁର୍ବରୁ ଝରାବେର୍ଣ୍ଣି ଗାଁରେ ହାତୀ ଦାଉରୁ ଫସଲ ବଞ୍ଚାଇବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈହାତୀ ମୃତ୍ୟୁ ହୋଇଥିଲା । ଆଜି ପୁଣି ଚିରଗୁଣିକୁଦର ଗାଁରେ ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଦେବଗଡ ରିଆମାଳ ରେଞ୍ଜ କୋଲବସା ପଞ୍ଚୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଜଣେ ଚାଷୀକୁ ଦଳିଦେଲା ହାତୀ । ମୃତ ଚାଷୀ ହେଉଛନ୍ତି ଚିରଗୁଣିକୁଦର ଗ୍ରାମର ରମେଶ କିସାନଙ୍କ ପୁଅ ଭାଗ୍ୟ କିସାନ । ମୃତକ ଭାଗ୍ୟ କିସାନ ରାତିରେ ନିଜ ଖଳାରେ ଧାନ ବେଙ୍ଗଳା ସାରି ଜଗିଥିଲେ । ରାତି ପ୍ରାୟ ୨ ଟା.୩୦ ସମୟରେ ଏକ ହାତୀ ଆସି ତାଙ୍କୁ ଦଳି ଦେଇଥିଲା । ଚିତ୍କାର ଶୁଣି ପରିବାର ଲୋକେ ପାଖକୁ ଦୌଡ଼ି ଆସିଥିଲେ । ସେତେବେଳକୁ ଭାଗ୍ୟର ମୃତ୍ୟୁ ହୋଇସାରିଥିଲା । ଏସମ୍ପର୍କରେ ରିଆମାଳ ବନବିଭାଗ ଖବର ପାଇ ରିଆମାଳ ରେଞ୍ଜର ନିରଞ୍ଜନ ଧାରୁଆ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.