ଦେବଗଡ଼ ଜିଲ୍ଲାରେ ବିଜେଡି ଦାଦାଗିରି କରୁଛି: ବିଜେପି

author img

By

Published : Jan 11, 2023, 10:36 PM IST

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାମ୍ବାଦିକ ସମ୍ମିଳନୀ

ସ୍ବୟଂ ସହାୟକ ଗୋଷ୍ଠି ଦ୍ବାରା ନିର୍ମିତ ଟାଉନ ହଲ ଗୃହ ଭାଙ୍ଗିବା ଘଟଣା । ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଜବାବ ଦେଇଛି ବିଜେପି । ବରଗଡ଼ରେ ବିଜେଡି ଦାଦାଗିରି କରୁଥିବା ଅଭିଯୋଗ କରିଛନ୍ତି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଦେବଗଡ଼ରେ ସ୍ବୟଂ ସହାୟକ ଗୋଷ୍ଠି ଦ୍ବାରା ନିର୍ମିତ ଟାଉନ ହଲ ଗୃହ ଭାଙ୍ଗିବା ଘଟଣା । ଏନେଇ ବରଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଥିଲା ବିଜେଡି । ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଜବାବ ଦେଇଛି ବିଜେପି । ବରଗଡ଼ରେ ବିଜେଡି ଦାଦାଗିରି କରୁଥିବା ଅଭିଯୋଗ କରିଛନ୍ତି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ।

ଟାଉନ ହଲ ନିର୍ମାଣର ପାଚେରୀ ଭଙ୍ଗା ଘଟଣାକୁ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସେ କହିଛନ୍ତି, "ଦେବଗଡ଼ ଜିଲ୍ଲାରେ ବିଜେଡି ନେତାଙ୍କ ଦାଦାଗିରି ଚାଲିଛି । ଦେବଗଡ଼ ପୌର ପରିଷଦରେ ବିନା ସଂକଳ୍ପରେ ସବୁ କିଛି ଚାଲିଛି । ପବ୍ଲିକ, କାଉନ୍ସିଲରମାନେ ଦାବି କରିବାରୁ ଟାଉନ ହଲର ଗୋଟିଏ ଗେଟ ଖୋଲାଗଲା । ଗୋଟିଏ ଗେଟ ବନ୍ଦ କରିବାକୁ ବିରୋଧ କରାଯାଇଥିଲା । ଏହି ଗେଟ ପବ୍ଲିକ ଭାଙ୍ଗିଛନ୍ତି, ମୁଁ ଭାଙ୍ଗି ନାହିଁ । ଜିଲ୍ଲାପାଳ ବିଜେଡିର ଜିଲ୍ଲାସଭାପତି ହୋଇ ଗୋଡ଼ଣିଆ ଭାବେ କାମ କରୁଛନ୍ତି । SHG ମହିଳାମାନେ କାମ କରୁଥିବା କଥା ମିଥ୍ୟା ।" ବିଜେଡି ଦାଦାଗିରି କରି ମିଛରେ ଦାଦାଗିରି କଥା କହୁଥିବା ସୁବାସ ପାଣିଗ୍ରାହୀ ।

ପ୍ରକାଶ ଥାଉକି, ପୌର କର୍ତ୍ତୃପକ୍ଷ ଦେବଗଡ଼ ପୌରାଞ୍ଚଳ ସ୍ଥିତ ଟାଉନ ହଲ ଠାରେ ଥିବା ଦୁଇଟି ଫାଟକ ମଧ୍ୟରୁ ଗୋଟିଏ ଫାଟକ ବେଆଇନ ଭାବେ ବନ୍ଦ କରି ତା ସମ୍ମୁଖରେ ଫୁଡ଼ପାର୍କ ନିର୍ମାଣ କରୁଥିବା ବେଳେ ସୋମବାର ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ଏହାକୁ ବିରୋଧ କରି ନିର୍ମାଣ କାର୍ଯ୍ୟକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ବିଜେଡି ଅଭିଯୋଗ କରିଥିଲା, ଦେବଗଡ଼ ପୌର ପାଳିକା ପକ୍ଷରୁ ମୁକ୍ତା ଯୋଜନାରେ ହରି ଓମ ଏସଏସଜିକୁ ୧୪ ଲକ୍ଷ ୬୫ ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ଏହି କାର୍ଯ୍ୟାଦେଶ ହେଉଛି ସହରର ଟାଉନ ହଲର ପାଚେରୀ ନିର୍ମାଣ । କାର୍ଯ୍ୟାଦେଶ ପାଇବା ପରେ ଏସଏସଜି ମହିଳା ତାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ସୋମବାର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ତାଙ୍କ ସମର୍ଥକ ଓ ବିଜେପିର କିଛି କର୍ମୀ ଜବରଦସ୍ତ କାର୍ଯ୍ୟ ବନ୍ଦ କରିଥିବା ବିଜେଡି ଅଭିଯୋଗ କରିଥିଲା । ଶାବଳ ଓ ଅନ୍ୟାନ୍ୟ ଅସ୍ତ୍ର ସାହାଯ୍ୟରେ ପାଚେରୀକୁ ଭାଙ୍ଗିଥିବା ଅଭିଯୋଗ କରିଥିଲା ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.