Mission Deogarh: ଦେବଗଡ଼ ବିଧାନସଭା କ୍ଷେତ୍ରରୁ ମୂଳପୋଛ ହେବ ବିଜେପି: ସୁଶାନ୍ତ ସିଂ

author img

By

Published : Jan 24, 2023, 9:45 PM IST

Mission Deogarh

ଦେବଗଡ଼ ବିଧାନସଭା କ୍ଷେତ୍ରରୁ ମୂଳପୋଛ ହେବ ବିଜେପି । ବିଜେପିର ଦୁର୍ଗ କୁହାଯାଉଥିବା ଦେବଗଡ଼ ବିଧାନସଭା ଆସନ ଦଖଲ କରିବ ବିଜେଡି । ୨୬ ତମ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ଏପରି କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ । ଅଧିକ ପଢନ୍ତୁ

ଦେବଗଡ଼ ବିଧାନସଭା କ୍ଷେତ୍ରରୁ ମୂଳପୋଛ ହେବ ବିଜେପି: ସୁଶାନ୍ତ ସିଂ

ଦେବଗଡ଼: ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରସ୍ତୁତ ହେବ 'ମିଶନ ଦେବଗଡ଼' । ଦେବଗଡ଼ ବିଧାନସଭା କ୍ଷେତ୍ରରୁ ମୂଳପୋଛ ହେବ ବିଜେପି । ବିଜେପିର ଦୁର୍ଗ କୁହାଯାଉଥିବା ଦେବଗଡ଼ ବିଧାନସଭା ଆସନ ଦଖଲ କରିବ ବିଜେଡି । ଆଜି ୨୬ ତମ ବିଜେଡି ପ୍ରତିଷ୍ଠା ଦିବସ ସମାରୋହରେ ସମବେତ ହୋଇଥିବା କର୍ମୀ ଓ ସମର୍ଥକଙ୍କୁ ଏଭଳି ରଣହୁଙ୍କାର ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ।

ଜିଲ୍ଲା ବିଜେଡି ପକ୍ଷରୁ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ୨୬ତମ ବିଜେଡି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ତଥା ଦେବଗଡ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ବିଶାଳ ସଭାରେ ଉଦବୋଧନ ଦେଇ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ସ୍ବର୍ଗତ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ ।

ଏହା ବି ପଢନ୍ତୁ- ରାଞ୍ଚି ବିଜୟୱାଡା ରାସ୍ତାରେ ଦୁର୍ଘଟଣା: ବାଇକକୁ ପଛରୁ ପିଟିଲା କାର, ଜଣେ ମୃତ

ଏଥିସହ ବିଜୁବାବୁଙ୍କ ସୁପୁତ୍ର ବିଜେଡି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଦେବଗଡ଼ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ ଓ ପୌର ଅଧ୍ୟକ୍ଷ ଆସନ ଦଖଲ କରିଥିବାରୁ ସେ ସମସ୍ତ ବିଜେଡି କର୍ମୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏଥିସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରସ୍ତୁତ ହେବ 'ମିଶନ ଦେବଗଡ଼ ' ଓ ଦେବଗଡ଼ ବିଧାନସଭା ଆସନ ଅକ୍ତିଆର କରିବ ବିଜେଡି । ଏଥିପାଇଁ ସମସ୍ତ କର୍ମୀ ଓ ସମର୍ଥକ ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ପାଇଁ ଆହ୍ବାନ କରିଥଲେ ।

ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଫଳତା ବିଶେଷ କରି ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହେବା ଓ ପେଟ୍ରୋଲ ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି କରି ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦି ଦେଇଥିବା କାର୍ଯ୍ୟକୁ ସେ ଦୃଢ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଉପସ୍ଥିତ ବିଜେଡି କର୍ମୀଙ୍କ ମହଲରେ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ପୌର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ବିଜେଡିର ମହିଳା ସଂଗଠନ ଓ ଛାତ୍ର ସଂଗଠନ କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.