ନିମ୍ନମାନର ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ, କର୍ତ୍ତୃପକ୍ଷଙ୍କ ନାହିଁ ନିଘା !

author img

By

Published : Dec 29, 2022, 1:47 PM IST

ନିମ୍ନମାନର ରାସ୍ତା ନିର୍ମାଣ

ଦେବଗଡ଼ ଜିଲ୍ଲା କଦଳିପାଳ ଗାଁ ଠାରୁ ପୁଡାଡିହି ଗାଁ ପର୍ଯ୍ୟନ୍ତ ପ୍ରାୟ 2 କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ହାତକୁ ନିଆଯାଇଛି । ତେବେ ଏହି ରାସ୍ତା ନିର୍ମାଣ କାମ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ନିମ୍ନମାନର ରାସ୍ତା ନିର୍ମାଣ

ଦେବଗଡ: ସରକାରୀ ନୀତି ନିୟମକୁ ଖୋଲା ଉଲ୍ଲଙ୍ଘନ କରି ଚାଲିଛି ରାସ୍ତା ନିର୍ମାଣ କାମ । କାର୍ଯ୍ୟସ୍ଥଳରେ ନା ଅଛି ସୂଚନା ଫଳକ, ନା କେବେ କାର୍ଯ୍ୟସ୍ଥଳକୁ ତଦାରଖ ପାଇଁ ଆସୁଛନ୍ତି ଯନ୍ତ୍ରୀ କିମ୍ବା ଅଫିସର । ନିଜକୁ ସୁହାଇଲା ଭଳି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଚାଲିଛନ୍ତି ଠିକାଦାର । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲା କଦଳିପାଳ ଠାରୁ ପୁଡାଡିହି ପର୍ଯ୍ୟନ୍ତ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା କାମରେ ।

ଦେବଗଡ଼ ଜିଲ୍ଲା କଦଳିପାଳ ଗାଁ ଠାରୁ ପୁଡାଡିହି ଗାଁ ପର୍ଯ୍ୟନ୍ତ ପ୍ରାୟ 2 କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ହାତକୁ ନିଆଯାଇଛି । ଏସ ଆର ଗ୍ରାଣ୍ଟରୁ ଏଥିପାଇଁ 68 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସମ୍ବଲପୁର ଅଞ୍ଚଳର ଜଣେ ଠିକାଦାର ଏହି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଉଛନ୍ତି । ମାତ୍ର ଏହି କାର୍ଯ୍ୟ ସ୍ଥଳରେ ଦେଖିବାକୁ ମିଳୁନି କାର୍ଯ୍ୟ ସମ୍ୱନ୍ଧୀୟ କୌଣସି ସୂଚନା ଫଳକ । ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯିବାର ନିୟମ ରହିଥିଲେ ସୁଦ୍ଧା ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ: Womens T20 World Cup: ଭାରତୀୟ ଦଳ ଘୋଷିତ, ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦଳ

ଆକଳନ ଅନୁଯାୟୀ ସମ୍ପୃକ୍ତ ଠିକାଦାର ରାସ୍ତାରେ ମେଟାଲ ବିଛାଉ ନଥିବା ଓ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ରାସ୍ତାକାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କୁ ସମ୍ପୃକ୍ତ ଠିକାଦାର ସରକାରୀ ନିର୍ଦ୍ଧାରିତ ମଜୁରୀ ଦେଉନଥିବା ମଧ୍ୟ ଅଭିଯୋଗ ହେଉଛି । କାର୍ଯ୍ୟସ୍ଥଳକୁ ବିଭାଗୀୟ ଯନ୍ତ୍ରୀ କିମ୍ବା ଅଫିସର ଆସୁନଥିବାରୁ ଏହାର ଉପଯୁକ୍ତ ତଦାରଖ ହୋଇପାରୁନାହିଁ । ଫଳରେ ଏହି ରାସ୍ତାର ମାନ ଓ ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ରାସ୍ତା ନିର୍ମାଣରେ ବିନିଯୋଗ ହେଉଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡିଯିବା ଭଳି ହେବ ବୋଲି କହିଛନ୍ତି ସ୍ଥାନୀୟବାସିନ୍ଦା ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.