ଦେବଗଡରେ ଯୁବକଙ୍କୁ ଏସିଡ ମାଡ କଲେ ଦୁର୍ବୃତ୍ତ

author img

By

Published : Jan 10, 2023, 12:27 PM IST

acid attack on youth in deogarh

ଦୁର୍ବୃତ୍ତଙ୍କ ଏସିଡ ମାଡରେ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହେଲେ ଯୁବକ । ଦେବଗଡ଼ ପୋୖରାଞ୍ଚଳରେ ଘଟିଛି ଏପରି ଘଟଣା। ଅଧିକ ପଢନ୍ତୁ

ଦେବଗଡ: ଯୁବକଙ୍କୁ ଏସିଡ ମାଡ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି ହେଲେ । ଏଭଳି ଘଟଣା ଘଟିଛି ଦେବଗଡ଼ ପୌରାଞ୍ଚଳର ରଜାମୁଣ୍ଡା ମୁଣ୍ଡା ସାହିରେ । ଗତକାଲି(ସୋମବାର) ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିବା ବେଳେ ଗୁରୁତର ଯୁବକ ହେଉଛନ୍ତି ମୁଣ୍ଡା ସାହିର ଦୈତାରୀ ପ୍ରଧାନଙ୍କ ପୁଅ ସିକନ ପ୍ରଧାନ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସିକନ ନିଜ ଘର ଠାରୁ କିଛି ଦୂରରେ ରାସ୍ତା କଡରେ ଛିଡାହୋଇ ଫୋନରେ ବାର୍ତ୍ତାଳପ କରୁଥିଲେ । ଏହି ସମୟରେ ତିନିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଏସିଡ ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ଏସିଡ ମାଡ ଯୋଗୁଁ ଯୁବକଙ୍କ ମୁହଁ ଓ ହାତ ପୋଡିଯାଇଥିଲା । ଏହା ଦେଖି ସ୍ଥାନୀୟ ମହିଳା କାଉନସିଲରଙ୍କ ସ୍ବାମୀ ରାଜେନ୍ଦ୍ର ଆଚାର୍ଯ୍ୟ ଆହତ ସିକନଙ୍କୁ ତୁରନ୍ତ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇ ଅଧିକ ଚିକିତ୍ସା କରାଯାଉଥିଲା ।

ଏହା ମଧ୍ୟ ପଢନ୍ତୁ-ନିରାମୟ କେନ୍ଦ୍ରରେ ଶୋଇ ରହୁଛନ୍ତି କର୍ମଚାରୀ, ଔଷଧ ପାଇଁ ନୟାନ୍ତ ହେଲେ ରୋଗୀଙ୍କ ସମ୍ପର୍କୀୟ

ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥନାନ୍ତରିତ କରାଯାଇଛି । ତେବେ କେଉଁ କାରଣ ଯୋଗୁଁ ଯୁବକଙ୍କୁ ଏସିଡ ମାଡ କରାଗଲା ତାର ସଠିକ କାରଣ ଜଣାପଡିନାହିଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଏସିଡ ମାଡ଼ କରାଯାଇଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ କିଏ ଓ କାହିଁକି ଯୁବକଙ୍କ ଉପରକୁ ଏସିଡ ମାଡ କଲେ ତାର କାରଣ ଖୋଜୁଛି ପୋଲିସ । କାହାରିକୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ । ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.