ଅସୁରକ୍ଷିତ ଖାଉଟି, ନକଲି ପାଉଁରୁଟି ଫ୍ୟାକ୍ଟ୍ରି ଉପରେ CMC ରେଡ୍

author img

By

Published : Sep 24, 2021, 4:00 PM IST

ଅସୁରକ୍ଷିତ ଖାଉଟି, ନକଲି ପାଉଁରୁଟି ଫ୍ୟାକ୍ଟ୍ରି ଉପରେ CMC ରେଡ୍

ବେକେରୀ ଖାଦ୍ୟ ଅଧିକ ଖାଉଛନ୍ତି କି ? କେକ ବିସ୍କୁଟ ପ୍ରତି ରହିଛି କି ଦୁର୍ବଳତା ? ତେବେ ହୋଇଯାଆନ୍ତୁ ସାବଧାନ ! କାରଣ ଆପଣ ଖାଉଥିବା ଖାଦ୍ୟ ଅପମିଶ୍ରିତ ହୋଇପାରେ, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ । କାରଣ କଟକରୁ ଏବେ ପୁଣି ସାମ୍ନାକୁ ଆସିଛି ନକଲି ପାଉଁରୁଟି ଫ୍ୟାକ୍ଟ୍ରି ମାମଲା । ଅଧିକ ପଢନ୍ତୁ...

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ସାଜିଛି କଟକ । ଥମୁନାହିଁ ଅସାଧୁ ବ୍ୟବସାୟୀଙ୍କ କାର୍ଯ୍ୟକଳାପ । ପୂର୍ବରୁ ସିଲଭରସିଟିରୁ ଅନେକ ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । କଟକ ଶିଖରପୁର ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଦୁଇଟି ପାଉଁରୁଟି ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି ସିଏମସି । ଏହି ଫ୍ୟାକ୍ଟ୍ରିରେ ଦୈନିକ କ୍ବିଣ୍ଟାଲ କ୍ବିଣ୍ଟାଲ ବେକରୀ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ଯାହା ଅପମିଶ୍ରିତ ଏବଂ ଅତି ନିମ୍ନମାନର ବୋଲି ସିଏମସିର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଫ୍ୟାକ୍ଟ୍ରି ଉପରେ ରେଡ୍ ସମୟରେ ଅନେକ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ସହ ବିପୁଳ ପରିମାଣର ପାଉଁରୁଟି, କେକ୍ ଓ ବିସ୍କୁଟ ଆଦି ଜବତ କରାଯାଇଛି ।

ଅସୁରକ୍ଷିତ ଖାଉଟି, ନକଲି ପାଉଁରୁଟି ଫ୍ୟାକ୍ଟ୍ରି ଉପରେ CMC ରେଡ୍

ସୂଚନା ଅନୁଯାୟୀ, ବିନା ଟ୍ରେଡ ଓ FSSAI ଲାଇସେନ୍ସରେ ବେଧଡକ ଚାଲୁଥିଲା ଦୁଇଟିଯାକ ପାଉଁରୁଟି ଫ୍ୟାକ୍ଟ୍ରି । ଯେଉଁ ପରିବେଶରେ ବେକେରୀ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା ତାହା ଅତ୍ୟନ୍ତ ଅପରିଷ୍କାର ସାଙ୍ଗକୁ ଅସ୍ବାସ୍ଥ୍ୟସ୍ଥକର ମଧ୍ୟ । ଏପରିକି ସମ୍ପୃକ୍ତ ଫ୍ୟାକ୍ଟ୍ରିର ପାଉଁରୁଟି ପ୍ୟାକେଟରେ କମ୍ପାନୀର ନାଁ ତ ଦୂରର କଥା ମ୍ୟାନୁଫ୍ୟାକ୍ଚରିଂ କି ଏକ୍ସପାଏରୀ ତାରିଖ ବି ଉଲ୍ଲେଖ ନାହିଁ । ଏଥିସହ ଗୋଟିଏ ଫ୍ୟାକ୍ଟ୍ରି ମଧ୍ୟରେ ପେଟିଏ ପଚା ଅଣ୍ଡା ମଧ୍ୟ ଜବତ କରିଛି ସିମସି ।

ପାଟିକୁ ସୁଆଦିଆ ଓ ଆଖିକୁ ସୁନ୍ଦର ଦିଶୁଥିବା ଏହି ବେନାମୀ ଫ୍ୟାକ୍ଟିଗୁଡିକର ପାଉଁରୁଟି ବାବଦରେ କିଛି ଦିନ ହେଲା ଅଭିଯୋଗ କରିଆସୁଥିଲେ ସହରବାସୀ । ଲଗାତାର ଅଭିଯୋଗ ପାଇବା ପରେ ଶେଷରେ ଶିଖରପୁରର ସେହି ବେନାମୀ ପାଉଁରୁଟି ପ୍ରସ୍ତୁତ ଫ୍ୟାକ୍ଟି ଉପରେ ଚଢାଉ କରିଥିଲା ସିଏମସିର ସ୍ବାସ୍ଥ୍ୟବିଭାଗ । ରେଡ୍ ବେଳେ ଅପମିଶ୍ରିତ ଓ ଅତି ନିମ୍ନମାନର ସାମଗ୍ରୀ ଦ୍ବାରା ଖାଦ୍ୟ ପ୍ରସ୍ତୁତ ହେଉଥିବା ଜାଣିବା ପରେ ଦୁଇଟି ଯାକ କମ୍ପାନୀକୁ ସିଲ୍ କରିଛି ସିଏମସି । ତେବେ ଏହି ଘଟଣା ପରେ ଏଣିକି ସହରରେ ଚାଲିଥିବା ବେଆଇନ ଫ୍ୟାକ୍ଟ୍ରି ଉପରେ ରେଡକୁ ଆହୁରି ଜୋରଦାର କରାଯିବ ବୋଲି ସିଏମସି କହିଛି । ସିଏମସିର ଫୁଡ୍ ସେଫ୍ଟି ଅଫିସର ମଧ୍ୟ ଏହି ନିମ୍ନମାନର ପାଉଁରୁଟି, କେକ୍ ଲଗାତାର ଖାଇବା ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ବୋଲି ଚେତାଇଛନ୍ତି ।

ସେପଟେ ଫ୍ୟାକ୍ଟ୍ରି ମାଲିକଙ୍କୁ ଏ ବାବଦରେ ପଚରା ଯିବାରୁ ସେ କୌଣସି ସନ୍ତୋଷମୂଳକ ଉତ୍ତର ରଖିନାହାନ୍ତି । ପୂର୍ବରୁ କଟକରେ ନକଲି ମସଲା, ଘିଅ, ସୋୟାବିନ୍, ସସ୍, ଜର୍ଦ୍ଦା ଏବଂ ପନିର ସାମ୍ନାକୁ ଆସିବା ପରେ ଏବେ ଅପମିଶ୍ରିତ ପାଉଁରୁଟି ଫ୍ୟାକ୍ଟ୍ରି ଉପରେ ଚଢାଉ ଖାଉଟି ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.