ସ୍ବଚ୍ଛ ଭାରତ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ପିଲାଙ୍କୁ ସ୍ବଚ୍ଛତା ବାର୍ତ୍ତା ଦେଲେ ଜବାନ

author img

By

Published : Nov 24, 2022, 3:38 PM IST

ସ୍ବଚ୍ଛ ଭାରତ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ପିଲାଙ୍କୁ ସ୍ବଚ୍ଛତା ବାର୍ତ୍ତା ଦେଲେ ଜବାନ

ସ୍ବଚ୍ଛ ଭାରତ ନାରା । ସୀମା ସୁରକ୍ଷା ବାହିନୀ ପକ୍ଷରୁ ତିନୋଟି ଜିଲ୍ଲାରେ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ସ୍ବଚ୍ଛ ଭାରତ ନାରା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱଚ୍ଛ ଭାରତ ଶିକ୍ଷା । ଅଧିକ ପଢନ୍ତୁ

ନିଆଳି : ସୀମା ସୁରକ୍ଷା ବାହିନୀ ପକ୍ଷରୁ ତିନୋଟି ଜିଲ୍ଲାରେ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ସ୍ବଚ୍ଛ ଭାରତ ନାରା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱଚ୍ଛ ଭାରତ ଶିକ୍ଷା । ଦେଶକୁ ସରସ ସୁନ୍ଦର ଗଢି ତୋଳିବା ସହ ଭାରତମାତାକୁ ସ୍ବଚ୍ଛ ଭାରତ ଗଠନ ପାଇଁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଇଟିବିପିର ଏକ ଟିମ ଖୋର୍ଦ୍ଧା ଜିଲ୍ଲାରୁ ଏହି ସାଇକେଲ ଶୋଭାଯାତ୍ରା ଆରମ୍ଭ କରି ପୁରୀ ଜିଲ୍ଲା ଦେଇ କଟକ ଜିଲ୍ଲାରେ ପହଞ୍ଚିଛନ୍ତି ।

ସ୍ବଚ୍ଛ ଭାରତ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ପିଲାଙ୍କୁ ସ୍ବଚ୍ଛତା ବାର୍ତ୍ତା ଦେଲେ ଜବାନ

ତିନୋଟି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଏକ କର୍ମଶାଳା ମାଧ୍ୟମରେ ଦେଶକୁ ସରସ ସୁନ୍ଦର, ସ୍ବଚ୍ଛତା ରଖାଯାଇ ପାରିବ । ସେହିପରି ଦେଶର ସୁରକ୍ଷା କ୍ଷେତ୍ରରେ ନିଜକୁ ସାମିଲ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆଇଟିବିପି ପକ୍ଷରୁ କୁହାଯାଇଛି ।

ଏହି କ୍ରମରେ କଟକ ଜିଲ୍ଲା ନିଆଳି ବ୍ଲକର ନୂଆଗାଁ ସ୍ଥିତ ରାଧାନାଥ କାନ୍ତ ହାଇସ୍କୁଲ ଏବଂ ରାଧାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୀମା ସୁରକ୍ଷା ବାହିନୀ ପକ୍ଷରୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସ୍ବଚ୍ଛ ଭାରତ ସମ୍ପର୍କରେ ତାଲିମ ପ୍ରଦାନ କରଯାଇଥିଲା । ଆଇଟିବିପିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିନୋଦ କୁମାରଙ୍କ ସମେତ ଏକ ଟିମ ଏଥିରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.