ବାଣ ବିସ୍ଫୋରଣ ଘଟଣା: 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌

author img

By

Published : Nov 24, 2022, 10:32 AM IST

କାର୍ତ୍ତିକେଶ୍ୱର ଭସାଣିରେ ବାଣ ବିସ୍ଫେରଣ ଘଟଣା

କାର୍ତ୍ତିକେଶ୍ୱର ଭସାଣି ବାଣ ଫୁଟି ଅଘଟଣ ଘଟଣା । ଏସସିବିରେ ମୋଟ 33ଜଣ ଆହତ ଚିକିତ୍ସିତ ହେଉଛନ୍ତି । 33ଜଣଙ୍କ ମଧ୍ୟରୁ 10ଜଣ ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

କଟକ: କେନ୍ଦ୍ରାପଡା ବାଲିଆ ବଜାର କାର୍ତ୍ତିକେଶ୍ୱର ଭସାଣି ବାଣ ଫୁଟି ଅଘଟଣ ଘଟଣା । ଏସିବିରେ ମୋଟ 33ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ 30 ଜଣ ପୁରୁଷ 3 ଜଣ ମହିଳା ରହିଛନ୍ତି ଓ 3 ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି ।

ତେବେ ଏସସିବିରେ ଭର୍ତ୍ତି ହୋଇଥିବା ମୋଟ 33ଜଣଙ୍କ ମଧ୍ୟରୁ 10ଜଣ ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି । 5 ଜଣଙ୍କୁ ପ୍ଲାଷ୍ଟିକ ବର୍ଣ୍ଣ ଆଇସିୟୁ ପଠାଯାଇଛି । ଏହାସହ ଦୁଇ ଜଣ ସେଣ୍ଟ୍ରାଲ ଆଇସିୟୁ ଓ ଅନ୍ୟ 3 ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି 33 ଜଣଙ୍କ ମଧ୍ୟରୁ 10 ଜଣ ବର୍ତ୍ତମାନ ଗୁରୁତର ରହିଛନ୍ତି । ସମସ୍ତଙ୍କ ଚିକିତ୍ସା ପାଇଁ ଏସସିବିର ସର୍ଜରି ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିଛନ୍ତି ସୁପରଟେଣ୍ଡଣ୍ଟ । ତେବେ ଆଉ ଆହତ ଏସିବି ମେଡିକାଲ ଆସିବାର ସମ୍ଭାବନା ନାହିଁ ବୋଲି ଏସିବି ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Fire Cracker Mishap: ଭସାଣି ଉତ୍ସବରେ ବାଣ ବିସ୍ଫୋରଣ, 35ରୁ ଊର୍ଦ୍ଧ୍ବ ଆହତ

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅଧିନ ବାଲିଆ ବଜାରର ଦୁଇଟି ସ୍ଥାନରେ ଗତ ବିଛା ସଂକ୍ରାନ୍ତି ଦିନରୁ ସପ୍ତାହେ ବ୍ୟାପୀ କାର୍ତ୍ତିକେଶ୍ବରଙ୍କ ପୂଜା ହୋଇ ଆସୁଥିଲା । ବୁଧବାର ସନ୍ଧ୍ୟାରୁ ଭସାଣ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରତିଯୋଗିତା ଦେଖିବା ପାଇଁ ଖଚାଖଚ ଭିଡ଼ ହୋଇଥିଲା । ତେବେ ଆତସବାଜିର ମଜ୍ଜା ଓ ଡିଜେ ଗୀତର ତାଳେତାଳେ ନାଚୁଥିବା ବେଳେ ଆତସବାଜିରେ ବ୍ୟବହୃତ ନଳି(ବାଉଁଶ ନିର୍ମିତ)ଟି ଦିଗଭ୍ରଷ୍ଟ ହୋଇ ତଳେ ପଡି ଏକ ପାନ ଦୋକାନ ଭିତରେ ବିସ୍ଫୋରଣ ହୋଇଥିଲା । ଫଳରେ ଏହି ଅଘଟଣ ଘଟିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.