ସନ୍ଧ୍ୟା ସୁଦ୍ଧା ସରକାର ନଶୁଣିଲେ କାଲି ବସ ରଖି ଆନ୍ଦୋଳନ: ଘରୋଇ ବସ ମାଲିକ ସଂଘ

author img

By

Published : Mar 16, 2023, 3:45 PM IST

Updated : Mar 16, 2023, 6:54 PM IST

Private Bus owner association

ଆନ୍ଦୋଳନ ବେଳେ ବସ ଚଳାଇ ଆକ୍ରୋଶର ଶିକାର ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସରକାର ରାସ୍ତା ଖାଲି ନକଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଅଧିକ ପଢନ୍ତୁ

ସନ୍ଧ୍ୟା ସୁଦ୍ଧା ସରକାର ନଶୁଣିଲେ କାଲି ବସ ରଖି ଆନ୍ଦୋଳନ

କଟକ: ସାରା ରାଜ୍ୟରେ ୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆଜି ବି ଜାରି ରଖିଛି । ମାତ୍ର ଏହି ଆନ୍ଦୋଳନକୁ ସମର୍ଥନ ନ କରି ଗାଡ଼ି ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ ଘରୋଇ ବସ ମାଲିକ ସଂଘ । ଗତକାଲି ଆନ୍ଦୋଳନରତ ଡ୍ରାଇଭର ସଂଘର କର୍ମୀଙ୍କଠାରୁ ଆକ୍ରୋଶର ଶିକାର ହେବା ପରେ ଆଜି ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାର ରାଜପଥକୁ ଖାଲି ନକଲେ ରାଜ୍ୟ ଘରୋଇ ବସ କାଲି ରାଜରାସ୍ତାକୁ ଓହ୍ଲାଇବ। ଆସନ୍ତାକାଲି ସକାଳ ୧୦ଟାରୁ ୧୧ଟା ମଧ୍ୟରେ ରାଜରାସ୍ତାରେ ବସ ରଖି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଯଦି ଏଥିରେ ସରକାର କୌଣସି ହସ୍ତକ୍ଷେପ ନ କରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚାଳଚଳ ଉପରେ ରୋକ ଲଗାଇବ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ । ଡ୍ରାଇଭର ସଂଘର ଆନ୍ଦୋଳନ ପୂର୍ବରୁ ରାଜ୍ୟ ପୋଲିସ ଡିଜିଙ୍କୁ ଦିଆଯାଇଥିବା ସୁରକ୍ଷା ଦାବି ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି । ଯାହା ପାଇଁ ଆଜିକା ସମୟରେ ରାଜ୍ୟରେ ଅନେକ ବସ ଚାଳକମାନେ ଆକ୍ରମଣର ଶିକାର ହୋଇଛନ୍ତି । ଯେଉଁ ଡ୍ରାଇଭର ସଂଘ ବର୍ତ୍ତମାନ ରାଜରାସ୍ତାରେ ଆନ୍ଦୋଳନରତ ରହିଛନ୍ତି ସେମାନଙ୍କ ତମାମ ବୈଧତା ଯାଞ୍ଚ କରଯାଉ ବୋଲି ଦାବି କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ।

ଏହା ବି ପଢନ୍ତୁ- କଟକରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଏହି ଆନ୍ଦୋଳନରେ ଉଠୁଥିବା ଦାବି ଅଧିକାଂଶ ବେଆଇନ। ତେଣୁ ଯଦି ଏହି ଦିଗରେ ସରକାର ହସ୍ତକ୍ଷେପ ନକରନ୍ତି ତେବେ ଆସନ୍ତାକାଲି ରାଜରାସ୍ତାରେ ବସ ରଖି ଆନ୍ଦୋଳନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବ ସାହୁ । ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଗତକାଲି (ବୁଧବାର)ଠୁ ଖାଁ ଖାଁ ହୋଇ ରହିଛି ରାଜ୍ୟରେ ଅନେକ ପ୍ରମୁଖ ବସଷ୍ଟାଣ୍ଡ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କୌଣସି ଗୋଟିଏ ବି ବସ ବିଶେଷ କରି କଟକ ସହରରେ ପ୍ରବେଶ ନକରି ପାରି ବିଭିନ୍ନ ସ୍ଥାନରେ ଅଟକି ରହିଛି ।

ଫଳରେ ନିଜ ନିଜର ଗନ୍ତବ୍ୟ ସ୍ଥାନରେ ଯାତ୍ରୀ ପହଞ୍ଚି ନପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଡ୍ରାଇଭର । ତେବେ ଘରୋଇ ବସ ସ୍ବାଭାବିକ ଭାବେ ଚଳପ୍ରଚଳ କରିବ ବୋଲି ଗତକାଲି ସଂଘ କହିଥିବା ବେଳେ ଆଜି କିନ୍ତୁ ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଡ୍ରାଇଭର ଏକତା ମହାମଞ୍ଚ ଓଡ଼ିଶା ପକ୍ଷରୁ ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି । ଏହି ଧର୍ମଘଟ ଡାକରା ଦ୍ଵାରା ରାଜ୍ୟର ସମସ୍ତ ଡ୍ରାଇଭରମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓଲ୍ଲାହିଛନ୍ତି । ଯାହା ଫଳରେ ଯାତ୍ରୀସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

ଇଟିଭି ଭାରତ, କଟକ

Last Updated :Mar 16, 2023, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.