ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ବର୍ଷ ଜେଲ

author img

By

Published : Nov 26, 2022, 10:53 PM IST

ନାବାଳିକା ଦୁଷ୍କର୍ମ ମାମଲା, ଆସାମୀକୁ ୨୦ ବର୍ଷ ଜେଲ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କଲେ କଟକ ପକ୍ସୋ ଅଦାଲତ । ୧୨ ଜଣ ସାକ୍ଷୀଙ୍କ ବୟାନ ଓ ୧୯ଟି ତଥ୍ୟପ୍ରମାଣ ଆଧାରରେ ୨୦ ବର୍ଷ କାରାଦଣ୍ଡାଦେଶ ସହିତ ୫୦ ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

କଟକ: ସାଲେପୁର ଅଞ୍ଚଳର ୧୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ପକ୍ସୋ ଅଦାଲତ । ୧୨ ଜଣ ସାକ୍ଷୀଙ୍କ ବୟାନ ଓ ୧୯ଟି ତଥ୍ୟପ୍ରମାଣ ଆଧାରରେ ୨୦ ବର୍ଷ କାରାଦଣ୍ଡାଦେଶ ସହିତ ୫୦ ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ନାବାଳିକା ଦୁଷ୍କର୍ମ ମାମଲା, ଆସାମୀକୁ ୨୦ ବର୍ଷ ଜେଲ

ଏହି ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବାଲିଚନ୍ଦ୍ରପୁରର ମଣ୍ଟୁ ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଟକ ଆଡ଼ହକ ପକ୍‌ସୋ ଅଦାଲତ । ୨୦୧୯ ମେ ମାସ ୧୯ ତାରିଖରେ ଏନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା । ସାଲେପୁର ଅଞ୍ଚଳର ପୀଡ଼ିତାଙ୍କୁ ଦୋଷୀ ମଣ୍ଟୁ ମଲ୍ଲିକ ମୋବାଇଲରେ ବାରମ୍ବାର ପ୍ରେମ ନିବେଦନ କରିବା ପରେ ଅପହରଣ କରି ନେଇଥିଲା । ପୀଡ଼ିତାଙ୍କୁ ସେ ବାଲିଚନ୍ଦ୍ରପୁର ଅଞ୍ଚଳରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା ।

ମଣ୍ଟୁ ବିବାହିତ ହୋଇଥିବା ବେଳେ ୩ଟି କନ୍ୟା ସନ୍ତାନର ପିତା ମଧ୍ୟ ଥିଲା । ବାରମ୍ବାର ଚେଷ୍ଟା କରିବା ପରେ ପୀଡ଼ିତା ମଣ୍ଟୁ କବଳରୁ ଖସି ଆସିବାରେ ସକ୍ଷମ ହୋଇଥିଲା । ପୀଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି କଟକ ଆଡ଼ହକ ପକ୍‌ସୋ ଅଦାଲତ । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ବିଶ୍ବଜିତ ରାୟ ପରିଚାଳନା କରୁଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.