ପ୍ରାଚୀ ନଦୀରେ ଭାସିଯାଇ ବୃଦ୍ଧ ମୃତ

author img

By

Published : Sep 27, 2022, 12:45 PM IST

ପ୍ରାଚୀ ନଦୀରେ ଭାସିଯାଇ ବୃଦ୍ଧ ମୃତ

ନିଆଳି ଅଞ୍ଚଳ ଦେଇ ଯାଇଥିବା ପ୍ରାଚୀ ନଦୀରେ ଭାସିଯାଇ ଜଣେ ମୃତ । ଶ୍ରମିକଙ୍କ ଟଙ୍କା ଦେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଅଧିକ ପଢ଼ନ୍ତୁ

ନିଆଳି: ପ୍ରାଚୀ ନଦୀରେ ଭାସିଯାଇ ବୃଦ୍ଧ ମୃତ । ମୃତକ ହେଉଛନ୍ତି କଟକ ଜିଲ୍ଲା ନିଆଳି ଥାନା ବିନିଶପୁର ପଞ୍ଚାୟତସ୍ଥିତ ଆମ୍ବାପଡା ଗ୍ରାମର ମାଧବ ପୃଷ୍ଟି । ଖବର ଅନୁସାରେ ଶ୍ରମିକମାନଙ୍କ ଟଙ୍କା ଦେବା ପାଇଁ ମାଧବ ନିଜ ଘରୁ ବାହାରିଥିଲେ । ତେବେ ଘର ନିକଟରେ ଥିବା ପ୍ରାଚୀନଦୀ ପାର୍ ହୋଇ ଯାଉଥିବା ସମୟରେ ଅସାବଧାନତା ଯୋଗୁଁ ନଦୀରେ ଭାସି ଯାଇଥିଲେ ।‌

ପ୍ରାଚୀ ନଦୀରେ ଭାସିଯାଇ ବୃଦ୍ଧ ମୃତ

ସେପେଟେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ପାଇନଥିଲେ । ପରେ ନିଆଳି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।‌ ଖବରପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବହୁ ଖୋଜାଖୋଜି ପରେ ମାଧବଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ସେପଟେ ଘରର ଜଣେ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ବେସାହାରା ପାଲଟିଯାଇଛି ପୁରା ପରିବାର । ଅନ୍ୟପଟେ ଘରର ମୁରବୀକୁ ହରାଇ ଏକ ପ୍ରକାର ଅନାଥ ହୋଇଯାଇଛି ପରିବାର । ଭଗବାନ କାହିଁକି ଏଭଳି ଦଣ୍ଡ ଦେଲେ ବୋଲି ମୁଣ୍ଡ ପିଟିପିଟି କାନ୍ଦୁଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.