ମିଳିଲା ନିଖୋଜ ODRAF ଯବାନଙ୍କ ମୃତଦେହ

author img

By

Published : Sep 25, 2021, 3:50 PM IST

Updated : Sep 25, 2021, 4:05 PM IST

ମିଳିଲା ନିଖୋଜ ODRAF ଯବାନଙ୍କ ମୃତଦେହ

ମୁଣ୍ଡଳି ବ୍ୟାରେଜ ନିକଟରେ ଓଡ୍ରାଫ ବୋଟ ଓଲଟିବା ଘଟଣା । ମିଳିଲା ନିଖୋଜ ଥିବା ଓଡ୍ରାଫ ଯବାନଙ୍କ ମୃତଦେହ । ଅଧିକ ପଢନ୍ତୁ...

କଟକ: ମୁଣ୍ଡଳି ବ୍ୟାରେଜ ନିକଟରେ ଓଡ୍ରାଫ ବୋଟ ଓଲଟିବା ଘଟଣା । ମିଳିଲା ନିଖୋଜ ଥିବା ଓଡ୍ରାଫ ଯବାନଙ୍କ ମୃତଦେହ । କଖଡ଼ି ବାଲିପଠା ନିକଟରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି NDRF ଯବାନ । ଆଜି(ଶନିବାର) ୪ଟି ଟିମ ୪ଟି ବୋଟରେ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରାଯାଇଛି ।

ମିଳିଲା ନିଖୋଜ ODRAF ଯବାନଙ୍କ ମୃତଦେହ

ଏହା ବି ପଢନ୍ତୁ: ନିଖୋଜ ଓଡ୍ରାଫ୍ ଟିମ୍ ଯବାନଙ୍କ ମୃତଦେହ ଉଦ୍ଧାର ଖବରକୁ ଖଣ୍ଡନ କଲେ SRC

ମୃତ ଓଡ୍ରାଫ ଯବାନ ଜଣକ ହେଉଛନ୍ତି ସୀତାରାମ ମୁର୍ମୁ। ଗତକାଲି ମୁଣ୍ଡଳି ନିକଟରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ସମୟରେ ଘଟିଥିଲା ଅଘଟଣ । ହଠାତ ବୋଟ୍‌ଟି ଓଲଟି ପଡ଼ିଥିଲା । ଏହି ବୋଟରେ ମୋଟ ୬ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗଣମାଧ୍ୟମ ପ୍ରତିନିଧି ରହିଥିଲେ ।

ଏହା ବି ପଢନ୍ତୁ: ଅପରେସନ ହାତୀ: ଉଦ୍ଧାର ସମୟରେ ଓଲଟିଲା ODRAF ବୋଟ, ଜଣେ ନିଖୋଜ

ତେବେ ପୂର୍ବରୁ ନିଖୋଜ ଓଡ୍ରାଫ ଟିମ୍ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ SRC ଟ୍ବିଟ କରିଥିଲେ । ମାତ୍ର ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ମୃତଦେହ ଚିହ୍ନଟ କରାଯାଇ ନ ଥିବାରୁ ସେ ପୁଣି ଖବରକୁ ଖଣ୍ଡନ କରିଛନ୍ତି । ଆଜି(ଶନିବାର) ସକାଳେ ନରାଜ ବ୍ୟାରେଜ ନିକଟରୁ ମୁର୍ମୁଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦିଆଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Sep 25, 2021, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.