କଟକରେ ଖୋଲିଲା ମିଲେଟ କାଫେ, ଜିଲ୍ଲାରେ ଶୀଘ୍ର ହେବ ଚାଷ

author img

By

Published : Mar 18, 2023, 12:10 PM IST

Updated : Mar 18, 2023, 6:25 PM IST

କଟକରେ ଖୋଲିଲା ମିଲେଟ କାଫେ

ବାରବାଟୀ ପ୍ୟାଲେସରେ ଉଦଘାଟିତ ହେଲା ମିଲେଟ ଶକ୍ତି କାଫେ । ଜିଲ୍ଲାରେ ମାଣ୍ଡିଆରେ ଚାହିଦା ରହିଥିବାରୁ କଟକରେ ଉତ୍ପାଦନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

କଟକରେ ଖୋଲିଲା ମିଲେଟ କାଫେ

କଟକ: ମାଣ୍ଡିଆ ଆଉ ଗାଁ ଗହଳି କିମ୍ବା ବଣ ଜଙ୍ଗଲ ଘେରା ପାର୍ବତ୍ୟ ଅଞ୍ଚଳରେ ସୀମିତ ନାହିଁ । ମାଣ୍ଡିଆ ଏବେ ସହରାଞ୍ଚଳର ଲୋକଙ୍କର ମଧ୍ୟ ପ୍ରଥମ ପସନ୍ଦ ପାଲଟିଲାଣି । ଏଥିପାଇଁ ରାଜ୍ୟ ସରକାର ବି ଯଥେଷ୍ଟ ପ୍ରୋତ୍ସାହନ ଦେଉଛନ୍ତି ମଣ୍ଡିଆକୁ । କଟକରେ ମଧ୍ୟ ମାଣ୍ଡିଆକୁ ନେଇ ଲୋକଙ୍କର ଆଗ୍ରହ ବଢୁଥିବା ବେଳେ ଗତକାଲି(ଶୁକ୍ରବାର) ବାରବାଟୀ ପ୍ୟାଲେସରେ ମିଲେଟ କାଫେ ଉଦଘାଟିତ ହୋଇଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ଉଦଘାଟନ କରିଥିବା ବେଳେ ଏହା ତିନି ଦିନ ଧରି ଚାଲିବ ।

ଏହି କାଫେରେ ମାଣ୍ଡିଆରେ ପ୍ରସ୍ତୁତ ସମସ୍ତ ଜଳଖିଆ ମିଳିପାରିବ । କହିବାକୁ ଗଲେ ମାଣ୍ଡିଆକୁ ଧୀରେ ଧୀରେ ଲୋକେ ଭୁଲିଯାଉଥିବା ବେଳେ ଏବେ ପୁଣି ଥରେ ମାଣ୍ଡିଆ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । କଟକରେ ଏଵେ ଜଳଖିଆର ନୂଆ ଠିକଣା ପାଲଟିବାକୁ ଯାଉଛି ଏହି ମିଲେଟ୍ କାଫେ । ମାଣ୍ଡିଆ ସହିତ ଵାଜରା ଓ ସୁଆଁ ଭଳି ଵିଭିନ୍ନ ଶସ୍ୟରୁ ତିଆରି ଜଳଖିଆ ଏହି ମିଲେଟ୍ କାଫେରେ ଉପଲବ୍ଧ ହେଵ । ଚାଷୀମାନକୁ ମାଣ୍ଡିଆ ଚାଷ ପାଇଁ ଅଧିକ ପ୍ରୋତ୍ସାହନ ସହ ମାଣ୍ଡିଆ ଚାଷ ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଉଦଘାଟନ ହୋଇଥିବା ଏହି ମିଲେଟ୍ କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ଵରା, ଦହି ଵରା, ମଣ୍ଡା, ଵିରି ପିଠା, ଚକୁଳି ଠାରୁ ଆରମ୍ଭ କରି ମୋମୋ ଯାଏଁ ମିଳୁଛି । ଏହା ଵ୍ୟତୀତ ମାଣ୍ଡିଆ ଓ ଅନ୍ୟ ଶସ୍ୟରୁ ପ୍ରସ୍ତୁତ ଵିଭିନ୍ନ ପ୍ରକାରର ଵିସ୍କୁଟ, ମିକ୍ସଚର ଓ ମୁଡକି ଭଳି ଖାଦ୍ୟ ଜିନିଷ ମଧ୍ୟ ଏହି କାଫେରେ ମିଳିଵ ବୋଲି ମିଶନ ଶକ୍ତିର ମହିଳା ମାନେ କହିଛନ୍ତି । ଯାହା ଲୋକଙ୍କୁ ବହୁତ ପସନ୍ଦ ଆସୁଛି ।

ଏହା ମଧ୍ୟ ପଢନ୍ତୁ: କଳାଧନ ସମ୍ପର୍କରେ ଆଜି SITର ଗୁରୁତ୍ୱପୂର୍ଣ୍ଣ ବୈଠକ: ଅର୍ଚ୍ଚନା ନାଗ ମାମଲାରେ ହୋଇପାରେ ଆଲୋଚନା

କାଫେ ଉଦଘାଟନ କରି ମନ୍ତ୍ରୀ କହିଛନ୍ତି, "କଟକ ଜିଲ୍ଲାର 200 ହେକ୍ଟର ଜମିରେ ମିଲେଟ ଚାଷ ହେବ । ସେନେଇ ସମସ୍ତ ଯୋଜନା ହୋଇସାରିଛି । ବିଶେଷକରି ତିଗିରିଆ, ବଡ଼ମ୍ବା ନରସିଂପୁର ଅଞ୍ଚଳ । ଏହି ଅଞ୍ଚଳରେ ମିଲେଟ ଚାଷ ପାଇଁ ଅନୁକୂଳ ପରିବେଶ ରହିଛି । ତେଣୁ ବର୍ତ୍ତମାନ ସମୟରେ ଯେଉଁପରି ଭାବରେ ରାଜ୍ୟରେ ମାଣ୍ଡିଆର ବହୁଳ ମାତ୍ରାରେ ଚାହିଦା ବଢ଼ିଲାଣି ତାହାକୁ ଦୃଷ୍ଟିରେ ରଖି କଟକରେ ଏହାର ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି ।"

ଇଟିଭି ଭାରତ, କଟକ

Last Updated :Mar 18, 2023, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.