ଅଚ୍ୟୁତାନନ୍ଦ ପୀଠ କଳ୍ପବଟ ପତ୍ରଶୂନ୍ୟ, କଳି ଯୁଗର ଅନ୍ତ ଲୀଳା ଆରମ୍ଭ କହିଲେ ମହନ୍ତ

author img

By

Published : Sep 30, 2022, 9:57 AM IST

ଅଚ୍ୟୁତାନନ୍ଦ ପୀଠ କଳ୍ପବଟ ପତ୍ରଶୂନ୍ୟ

ଅଚ୍ୟୁତାନନ୍ଦଙ୍କ ପୀଠର ମହା କଳ୍ପବଟରୁ ଅଦିନରେ ଝଡୁଛି ପତ୍ର । ଜାଣନ୍ତୁ କଣ କହିଲେ ମହନ୍ତ । ଅଧିକ ପଢନ୍ତୁ

କଟକ: ଅଦିନରେ ପତ୍ରଝଡା ଦେଉଛି ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ମହା କଳ୍ପବଟ । ଖାଲି ସେତିକି ନୁହେଁ ଅତି ଆଶ୍ଚର୍ଯ୍ୟଜନକ ଭାବରେ ମହା କଳ୍ପବଟ ସମେତ କେଵଳ ପୀଠରେ ଥବା ବଟ ବୃକ୍ଷରୁ ହିଁ ପତ୍ର ସବୁ ଝଡି ଯାଇଛି । କଞ୍ଚା ପତ୍ର ସବୁ ଝଡି ଯିବାରୁ ଖାଁ ଖାଁ ଦେଖା ଯାଉଛି ବଟ ବୃକ୍ଷ ଓ ପୀଠ ।

ଅଚ୍ୟୁତାନନ୍ଦ ପୀଠ କଳ୍ପବଟ ପତ୍ରଶୂନ୍ୟ

ପୂର୍ବରୁ ଏଭଳି କେବେ ବି ହୋଇନଥିଲା । ଏ ସବୁ ଦେଖି ହତବାକ ହୋଇ ପଡିଛନ୍ତି ଶ୍ରଦ୍ଧାଳୁ । ନା ଭଜନ ସଂକୀର୍ତ୍ତନ ଅଛି । ନା ଭକ୍ତମାନଙ୍କ ଭିଡ଼ । ଭୋଗ ଦୋକାନ ସବୁ ବନ୍ଦ । ନନାଙ୍କ ଡାକ ଆଉ ଶୁଭୁନି । ଚାରି ଆଡ଼ ଖାଁ ଖାଁ । ଇଏ ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ । ମହାକଳ୍ପବଟ ସମେତ ପୀଠରେ ଥିବା ଅନ୍ୟ ବଟ ବୃକ୍ଷରେ ଆଉ ପତ୍ରଟିଏ ବି ନାହିଁ । ଆଶଙ୍କା ଓ ସଂଶୟ ଭିତରେ କେହି କେହି ଏହାକୁ କଳିର ଶେଷ ସମୟ କହୁଥିବା ବେଳେ କେହି ଏହାକୁ ମହାପୁରୁଷଙ୍କ ଲୀଳା ବୋଲି କହୁଛନ୍ତି । ହେଲେ ଉଦ୍ୟାନ ବିଭାଗର ଅଧିକାରୀ କହୁଛନ୍ତି ବଟ ବୃକ୍ଷରେ ଏକ ପ୍ରକାର ପୋକ ଆକ୍ରମଣ କରିଛନ୍ତି ।

ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଉଦ୍ୟାନ ବିଭାଗର ଅଧିକାରୀ ସମସ୍ତେ ଏପରି ହେବାର କାରଣ ଖାେଜିଛନ୍ତି । ବୃକ୍ଷମାନଙ୍କରେ ଔଷଧ ସିଞ୍ଚନ କରାଯାଉଛି । ଆଉ ସେଥିପାଇଁ ମହାପୁରୁଷଙ୍କ ଦର୍ଶନ ବନ୍ଦ ରହିଛି । ବ୍ୟାରିକେଟ ବାହାରୁ ଦର୍ଶନ କରୁଛନ୍ତି ଦୂର ଦୁରନ୍ତରୁ ଆସିଥିବା ଭକ୍ତମାନେ । ଆଉ ପୀଠର ଏଭଳି ଅବସ୍ଥା ଦେଖି ହତବାକ ହେବା ସହ ମହାପୁରୁଷଙ୍କର ଇଏ କି ଲୀଳା କାହିଁକି ଏ ଅଘଟଣ ବୋଲି କହିଛନ୍ତି । ଆଗରୁ କେବେବି ପୀଠରେ ଥିବା ବଟ ବୃକ୍ଷମାନଙ୍କର ଏଭଳି ଅବସ୍ଥା ହୋଇନଥିଲା । ହଠାତ୍‌ ଏଭଳି ହେବା ଶୁଭ ସୂଚନା ନୁହେଁ ବୋଲି ମହନ୍ତ ଗଗନାନନ୍ଦ କହିଛନ୍ତି ।

ଏହା ବି ପଢନ୍ତୁ...ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ

ଭୟ କରିବାର କିଛି ନାହିଁ ପୀଠରେ ଥିବା ବଟ ବୃକ୍ଷମାନଙ୍କରେ ଏକ ପ୍ରକାରର ପୋକ ସଂକ୍ରମଣ ହୋଇଛି । ଯାହା ଫଳରେ କଞ୍ଚା ପତ୍ର ସବୁ ଝଡି ପଡିଛି । ଏବେ ବିଷ ଔଷଧ ପ୍ରୟୋଗ କରାଯାଉଛି । ଏହି ପ୍ରକ୍ରିୟା ଆହୁରି କିଛି ଥର ମଧ୍ୟ ଦୋହରାଯିବ । ପୁଣି ବଟ ବୃକ୍ଷମାନେ ସ୍ବଭାବିକ ସ୍ତରକୁ ଫେରିବେ ବୋଲି ସୂଚନା ଦେଇ ଦେଇଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ ହେମନ୍ତ କୁମାର ସାମଲ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.