Kendrapara firecracker mishap: ୧୨ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ

author img

By

Published : Nov 30, 2022, 8:47 AM IST

Kendrapara firecracker mishap

କେନ୍ଦ୍ରାପଡା ବାଲିଆ ବାଣ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୨ ଜଣ । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୂବନାନନ୍ଦ ମହାରଣା । ଅଧିକ ପଢ଼ନ୍ତୁ

କଟକ: କେନ୍ଦ୍ରାପଡା ବାଲିଆ ବାଣ ବିସ୍ପୋରଣ ଘଟଣା । ସୁଧୁରୁନି ଚିକିତ୍ସାଧିନ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା । କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୨ଜଣଙ୍କ ମଧ୍ୟରୁ ୧୨ଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୂବନାନନ୍ଦ ମହାରଣା ।

Kendrapara firecracker mishap

ବାଣ ବିସ୍ଫୋରଣ ଘଟଣାରେ ମୋଟ ୩୮ ଜଣ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୩୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ କହିଛନ୍ତି,"ବର୍ତ୍ତମାନ ଏସସିବିରେ ୩୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୨ଜଣ ରୋଗୀ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ପ୍ଲାଷ୍ଟିକ ବର୍ଣ୍ଣ ଆଇସିୟୁରେ ୩ ଜଣ, ସେଣ୍ଟ୍ରାଲ ଆଇସିୟୁରେ ୩ ଜଣ, ଆଇସିୟୁରେ ୩ ଜଣ ଏବଂ ଟ୍ରମା ଆଇସିୟୁରେ ୩ ଜଣ ଅଛନ୍ତି । ସେମାନଙ୍କୁ ଛାଡି ବାକି ୨୦ ଜଣ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ପ୍ରଥମ ଦିନରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛି । ତେବେ ସମସ୍ତ ଆହତଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ସେମାନଙ୍କ ଚେଷ୍ଟା ଜାରି ରଖିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ସିନେ ପ୍ରଯୋଜକଙ୍କୁ ୧୨ ଘଣ୍ଟା ଜେରା, କହିଲେ ଖଟ ନଥିଲା ତଳେ ଶୋଉଥିଲେ ଅର୍ଚ୍ଚନା

ସୂଚନାନୁସାରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବାଲିଆ ବଜାରର ଦୁଇଟି ସ୍ଥାନରେ ଗତ ବିଚ୍ଛା ସଂକ୍ରାନ୍ତି ଦିନରୁ ସପ୍ତାହେ ବ୍ୟାପୀ କାର୍ତ୍ତିକେଶ୍ବରଙ୍କ ପୂଜା ହୋଇ ଆସୁଥିଲା । ବୁଧବାର ସନ୍ଧ୍ୟାରେ ଭସାଣୀ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରତିଯୋଗିତା ଦେଖିବା ପାଇଁ ଖଚାଖଚ ଭିଡ଼ ହୋଇଥିଲା । ତେବେ ଆତସବାଜିର ମଜା ଓ ଡିଜେ ଗୀତର ତାଳେତାଳେ ନାଚୁଥିବା ବେଳେ ଆତସବାଜିରେ ବ୍ୟବହୃତ ନଳି (ବାଉଁଶ ନିର୍ମିତ)ଟି ଦିଗଭ୍ରଷ୍ଟ ହୋଇ ତଳେ ପଡି ଏକ ପାନ ଦୋକାନ ଭିତରେ ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ଯୋଗୁଁ ଭସାଣ ଦେଖିବାକୁ ଆସି ଦୋକାନ ସମ୍ମୁଖରେ ଛିଡା ହୋଇଥିବା ପାଖାପାଖି ୨୦ଜଣଙ୍କ ଅବସ୍ଥା ସଙ୍ଗୀନ ହୋଇଯାଇଥିଲା । ସେହି ସମୟରେ ବାଣୁଆ ରଖିଥିବା ଅନ୍ୟ ବାଣ ଗୁଡିକରେ ନିଆଁ ଲାଗିଯିବାରୁ ଏହା ପୁନଃ ବିସ୍ଫୋରଣ ଘଟି ଅନ୍ୟ ଉପସ୍ଥିତ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ । ମୋଟ୍ ୩୮ ଜଣ ଲୋକେ ଏଥିରେ ଆହତ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.