ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା, ଜଣେ ମୃତ

author img

By

Published : Nov 26, 2022, 8:01 AM IST

Updated : Nov 26, 2022, 8:35 AM IST

ରାନୀ ପଣ୍ଡାଙ୍କ କାର ସହ ବାଇକ ମୁହାଁମୁହିଁ ଧକ୍କା

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଧକ୍କାରେ ବାଇକ ଚାଳକ ମୃତ । ଆଠଗଡ ଥାନା ଅଞ୍ଚଳରେ ଏକ ବାଇକକୁ ଧକ୍କା ଦେଇଥିଲା ରାଣୀଙ୍କ କାର । ଅଧିକ ପଢନ୍ତୁ

କଟକ: ଦୁର୍ଘଟଣା ଗସ୍ତ ହେଲା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର । ଏକ ବାଇକ ସହ ରାଣୀ ପଣ୍ଡା କାର ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଠଗଡ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ରାଜନଗର ଗ୍ରାମର ସୁକାନ୍ତ ବେହେରା ।

ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାଣୀ ପଣ୍ଡା ଏକ ବିବାହ ଭୋଜିରେ ସାମିଲ ହେବା ପାଇଁ ଅନୁଗୋଳ ଯାଇଥିଲେ । ସେଠାରୁ ସାତମାଇଲ ନିକଟରେ ଥିବା ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିଲେ । ଏହି ସମୟରେ ଆଠଗଡ଼ ମୁଣ୍ଡଳୀ ରାସ୍ତା ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏକ ବାଇକ ସହ ତାଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ସୁକାନ୍ତ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଉଲିବୁରୁ ଖଣି ଦୁର୍ନୀତି ମାମଲା: ହରିଚରଣ ଗୁପ୍ତାଙ୍କ ଆଗୁଆ ଜାମିନ୍‌ ଖାରଜ, ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରକୁ ଆଠଗଡ ଥାନାକୁ ନେଇ ଆସିଥିବା ଆଠଗଡ ଉପଖଣ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ରାଣୀ ପଣ୍ଡାଙ୍କ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଇଟିଭି ଭାରତ, କଟକ

Last Updated :Nov 26, 2022, 8:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.