ଉଲିବୁରୁ ଖଣି ଦୁର୍ନୀତି ମାମଲା: ହରିଚରଣ ଗୁପ୍ତାଙ୍କ ଆଗୁଆ ଜାମିନ୍‌ ଖାରଜ, ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

author img

By

Published : Nov 26, 2022, 7:31 AM IST

high court hearing on uliburu mining corruption case

ଉଲିବୁରୁ ଖଣି ଦୁର୍ନୀତି ମାମଲାର ଅଭିଯୁକ୍ତ ହରିଚରଣ ଗୁପ୍ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅଧିକ ପଢ଼ନ୍ତୁ

କଟକ: ଉଲିବୁରୁ ଖଣି ଦୁର୍ନୀତି ମାମଲା । ଅଭିଯୁକ୍ତ ହରିଚରଣ ଗୁପ୍ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମସମର୍ପଣ କଲେ ଜାମିନ ମିଳିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।

ଉଲିବୁରୁ ଖଣି ଦୁର୍ନୀତି ମାମଲାର ଅଭିଯୁକ୍ତ ହରି ଚରଣ ଗୁପ୍ତା ଦୀର୍ଘ ସମୟ ଧରି ଫେରାର ଅଛନ୍ତି । ଗୋଟିଏ ପଟେ ହରିଚରଣ ଭିଜିଲାନ୍ସ ହାତରେ ଧରାଦେଉନଥିବାବେଳେ ଅନ୍ୟପଟେ ଗିରଫ ଭୟରେ ହାଇକୋର୍ଟର ଦ୍ବାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟଙ୍କ ପକ୍ଷରୁ ଆବେଦନ ଖାରଜ କରାଯାଇଛି । ହରିଚରଣ ନିମ୍ନ ଅଦାଲତରେ ଆତ୍ମସମର୍ପଣ କଲେ ଜାମିନ ମିଳିବ ବୋଲି କୋର୍ଟ ମାମଲାର ରାୟ ଶୁଣାଣି କରିଛନ୍ତି ।

ସୂଚନା ଥାଉକି, କନ୍ଦୁଝର ଜିଲ୍ଲା ଉଲିବୁରୁ ଖଣି ମାମଲାରେ 840 କୋଟି ଟଙ୍କାର ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ 2013ରେ ଭିଜିଲାନ୍ସ ହରିଚରଣଙ୍କୁ ଗିରଫ କରିଥିଲା । ସେହି ବର୍ଷ ଏହି ମାମଲାରେ ଚାର୍ଜସିଟ ଦାଖଲ ହୋଇଥିଲା । ଆଜିକୁ 9 ବର୍ଷ ବିତିଲାଣି ହେଲେ ଭିଜିଲାନ୍ସ ସହ ଲୁଚକାଳି ଖେଳୁଛନ୍ତି ହରି ଚରଣ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.