କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବଟି ମାଗିବା ଅଭିଯୋଗ, ଘଟଣାରେ ଆସିଲା ନୂଆ ଟ୍ବିଷ୍ଟ

author img

By

Published : Nov 22, 2022, 4:42 PM IST

କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବଟି ମାଗିବା ଅଭିଯୋଗ

କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବଟି ମାଗିବା ଅଭିଯୋଗ ଆଣିଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ । ବଟି ନୁହେଁ ବରଂ ଏକ ଗାଡ଼ି ଚୋରି ମାମଲାର ସମାଧାନ ପାଇଁ ଆଲୋଚନା ହୋଉଥିବା କହିଲେ ଷ୍ଟାଣ୍ତରୁ ଚୋରି ହୋଇ ଥିବା ବାଇକର ମାଲିକ । ଅଧିକ ପଢନ୍ତୁ

କଟକ: କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବଟି ମାଗିବା ଅଭିଯୋଗ ମାମଲା, ଘଟଣାରେ ଆସିଲା ନୂଆ ଟ୍ବିଷ୍ଟ । ପ୍ରତିକ୍ରିୟା ରଖିଲେ ଷ୍ଟାଣ୍ତରୁ ଚୋରି ହୋଇ ଥିବା ବାଇକର ମାଲିକ । ଗାଡ଼ି ମାଲିକ ଜଣକ ହେଲେ ପେନସନ ଲେନ ବାସିନ୍ଦା ସେକ ଆସିଫ ।

କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବଟି ମାଗିବା ଅଭିଯୋଗ

ବଟି ନୁହେଁ ବରଂ ଏକ ଗାଡ଼ି ଚୋରି ମାମଲାର ସମାଧାନ ପାଇଁ ହେଉଥିଲା ଆଲୋଚନା । ପାର୍କିଙ୍ଗ ଷ୍ଟାଣ୍ଡରୁ ହୋଇ ଥିଲା ବାଇକ ଚୋରି । ଗାଡ଼ି ମାଲିକଙ୍କୁ କ୍ଷତି ପୂରଣ ଦେବା ପାଇଁ ପାର୍କିଂ ଷ୍ଟାଣ୍ଡ ବ୍ୟବସାୟୀଙ୍କୁ କହୁଥିଲେ IIC । ଏ ନେଇ ପୂର୍ବରୁ ଅଭିଯୋଗ କରିଥିବା ବିଜେପିର ପ୍ରତିକ୍ରିୟା ମିଳିପାରି ନାହିଁ । ବାଲିଯାତ୍ରା ବେଳେ ବ୍ୟବସାୟୀ ମାନଙ୍କ ଠାରୁ ଜୁଲମ କରି ପୋଲିସ ମୋଟା ଅଙ୍କର ଚାନ୍ଦା ଆଦାୟ କରିଥିବାର ସଂଗୀନ ଅଭିଯୋଗ ହୋଇଥିଲା । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବଟି ନେଇ ବଦଳି ହେଲେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ

କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କୁ 50 ହଜାର ଟଙ୍କାର ବଟି ମାଗିଥିଲେ । ବଟି ଦେବାକୁ ରାଜି ନହେବାରୁ ମିଥ୍ୟା କେଶରେ ଫସାଇବା, ଷ୍ଟାଣ୍ଡରୁ ଗାଡି ଉଠାଇଆଣି ହଇରାଣ କରିବା ଭଳି ଭୟ ଦେଖାଇଥିଲେ ଥାନା ଆଇଆଇସି । ଶେଷରେ 40 ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିବାର ଅଭିଯୋଗ ଆଣିଥିଲେ ସ୍ମୃତି ।

ଏଭଳି ସଂଗୀନ ଘଟଣା ସାମ୍ନାକୁ ଆସିବା ପରେ ବିଜେପି ପ୍ରେସମିଟ କରି କ୍ୟାଣ୍ଟାନମେଣ୍ଟ ଥାନା ଆଇଆଇସିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ଏଭଳି ସଂଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର । ଏହାପରେ କ୍ୟାଣ୍ଟାନମେଣ୍ଟ ଥାନା ଅଧିକାରୀଙ୍କୁ ଡିସିପି ଅଫିସକୁ ବଦଳି କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.