କଟକରେ କମୁଛି ପାଣି, ଜିଲ୍ଲାପାଳ କହିଲେ ବଣ୍ଟା ଚାଲିଛି ରିଲିଫ

author img

By

Published : Sep 18, 2021, 7:31 PM IST

ଜିଲ୍ଲାରେ ରିଲିଫ ବ୍ୟବସ୍ଥା ଜାରି: ଜିଲ୍ଲାପାଳ

କଟକ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଧୀରେ ଧୀରେ କମୁଛି । ତେବେ ଅନେକ ଗାଁ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛନ୍ତି । ଅଧିକ ପଢନ୍ତୁ...

କଟକ: ଜଳବନ୍ଦୀ ସମସ୍ୟା ଜିଲ୍ଲାରେ ଧୀରେ ଧୀରେ କମୁଛି । ତେବେ ଅନେକ ଗାଁ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛନ୍ତି । କାରଣ ଏବେବି ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଦୃଶ୍ୟମାନ ହେଉଛି ।

ଜିଲ୍ଲାରେ ରିଲିଫ ବ୍ୟବସ୍ଥା ଜାରି: ଜିଲ୍ଲାପାଳ

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଟିମ ଗଠନ ହୋଇଛି । ସେମାନେ ଜଳବନ୍ଦୀ ଅଞ୍ଚଳରେ ମୁତୟନ ରହିବା ସହିତ ରିଲିଫ ବ୍ୟବସ୍ଥା ଜାରି ରଖିଛନ୍ତି । ତେବେ ପାଣି ଛାଡିବା ପରେ କେତେ ପରିମାଣର ଫସଲ କ୍ଷୟକ୍ଷତି ହୋଇଛି ତାହାକୁ ଆକଳନ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.