କଟକରେ ସୁଧୁରୁଛି ବନ୍ୟା ସ୍ଥିତି, କ୍ଷୟକ୍ଷତି ନେଇ ଆକଳନ ଜାରି

author img

By

Published : Sep 18, 2021, 8:54 AM IST

କଟକରେ ସୁଧୁରୁଛି ବନ୍ୟା ସ୍ଥିତି, କ୍ଷୟକ୍ଷତି ନେଇ ଆକଳନ ଜାରି

ଜଳବନ୍ଦୀରୁ ମୁକ୍ତ ହେଉଛି କଟକର ବିଭିନ୍ନ ଅଞ୍ଚଳ । କ୍ଷୟକ୍ଷତି ଆକଳନରେ ଲାଗି ପଡିଛି ପ୍ରଶାସନ । ଅଧିକ ପଢନ୍ତୁ...

କଟକ: ଜଳବନ୍ଦୀରୁ ମୁକ୍ତ ହେଉଛି କଟକ । ଧିରେ ଧିରେ ସ୍ଥିତି ସୁଧୁରୁଛି । ପାଣି ନିଷ୍କାସନ ପରେ ସାମାନ୍ୟ ଆଶ୍ବସ୍ଥି ଅନୁଭବ କରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ କଟକ ସହର ହେଉ କିମ୍ବା ଅନ୍ୟ ଅଞ୍ଚଳ ସବୁଠି ବନ୍ୟାର ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।

କଟକରେ ସୁଧୁରୁଛି ବନ୍ୟା ସ୍ଥିତି, କ୍ଷୟକ୍ଷତି ନେଇ ଆକଳନ ଜାରି

କ୍ଷୟକ୍ଷତିର ଆକଳନ ଜାରି ରହିଛି । ବିଡ଼ିଓ ଓ ତହସିଲଦାରଙ୍କ ଜରିଆରେ ସବୁ ଦିଗକୁ ତର୍ଜମା କରାଯାଉଛି । ସେପରି ଜଳବନ୍ଦୀ ସମସ୍ୟାରୁ ଧିରେ ଧିରେ ମୁକୁଳୁଛନ୍ତି ଜିଲ୍ଲାବାସୀ । ବିଶେଷକରି ଆଠଗଡ଼, ବାଙ୍କୀ, ମାହାଙ୍ଗା, ନିଶ୍ଚିତକୋଇଲି ଆଦି ପ୍ରମୁଖ ଅଞ୍ଚଳରୁ ଆସିଥିଲା ଜଳବନ୍ଦୀର ଦୃଶ୍ୟ । ଏହାସହ ସହରରେ ମଧ୍ୟ ଅନେକ ସ୍ଥାନ ଜଳବନ୍ଦୀ ହୋଇଥିଲା । ସେହି ସ୍ଥାନ ଆଦିରେ ସିଏସସି ପକ୍ଷରୁ ପମ୍ପ ସେଟ ମଧ୍ୟ ଯୋଗାଯାଇଥିଲା । ତେବେ ମୋଟାମୋଟି ଭାବରେ କହିବାକୁ ଗଲେ ଆସନ୍ତା ମାସ ପର୍ଯ୍ୟନ୍ତ ବର୍ଷା ଦିନକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଥିବା ଜଣାପଡିଛି ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.