କଟକ ସବ ରେଜିଷ୍ଟ୍ରାର ଅଫିସରେ ଭୟାବହ ଅଗ୍ନିକାଣ୍ଡ

author img

By

Published : Jan 31, 2023, 10:33 AM IST

Updated : Jan 31, 2023, 11:44 AM IST

fire breaks out Sub Registrar office in cuttack

କଟକ ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ। କିଛି ବ୍ୟକ୍ତି ଆହତ ହୋଇଥିବା ସୂଚନା। ଅଧିକ ପଢନ୍ତୁ

କଟକରେ ଭୟାବହ ଅଗ୍ନିକାଣ୍ଡ

କଟକ: ସବ ରେଜିଷ୍ଟ୍ରାର ଅଫିସରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳି ପୋଡି ପାଉଁଶ ହୋଇଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଦୁଇ ଜଣ ଆହତ ଥିବା ମଧ୍ୟ ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ । ତେବେ କେଉଁ କାରଣରୁ ସବ୍ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ ଘଟିଲା ସେନେଇ ଏଯାବତ କୌଣସି ସୂଚନା ହସ୍ତଗତ ହୋଇ ନାହିଁ ।

ମିଳିଥିବା ସବଚନା ଅନୁଯାୟୀ, ଆଜି ସକାଳ ସମୟରେ କୌଣସି କାରଣ ବସତଃ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ଖବର ପାଇ ଘଟଣାସ୍ଥଳରେ 3 ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ କରିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ ଥିବା ବେଳେ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି କହିଛନ୍ତି କଟକ ଅଗ୍ନିଶମ ଅଧିକାରୀ ସଞ୍ଜୀବ ବେହେରା। ସକାଳ ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସଟ ସର୍କିଟ ଯୋଗୁଁ ଅନ୍ୟ କିଛି କାରଣ ଯୋଗୁଁ ଏହା ଘଟିଲା ସେନେଇ ଏଯାବତ ସ୍ପଷ୍ଟ କରିନି ଅଗ୍ନିଶମ ବିଭାଗ। ଅଗ୍ନିକାଣ୍ଡରେ ବ୍ୟାପକ ଦରକାରୀ ସାମଗ୍ରୀ ଓ କାଗଜପତ୍ର ପୋଡି ପାଉଁଶ ହୋଇଥିବା ଅନୁମାନ କରାଯାଉଛି । ତେବେ ସହରର ପ୍ରମୁଖ ହାଇକୋର୍ଟ ଛକ ନିକଟରେ ଅଗ୍ନିକାଣ୍ଡ କପିରି ଘଟିଲା ସେନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଯେଉଁ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ସେମାନଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ଗୁଜରାଟ ପ୍ରଶ୍ନପତ୍ର ଲିକ ଘଟଣା, ମାଲକାନଗିରି ଶିକ୍ଷକ ଗିରଫ

ଏନେଇ ଅଗ୍ନିଶମ ଅଧିକାରୀ ସଞ୍ଜୀବ ବେହେରା କହିଛନ୍ତି ଯେ, "କେଉଁ କାରଣରୁ ନିଆଁ ଲାଗିଲା ସେନେଇ ବର୍ତ୍ତମାନ ତଦନ୍ତ ଆରମ୍ଭ କରିବୁ। ପାଖରେ ଥିବା ହୋଟେଲରୁ ନିଆଁ ଲାଗିଛି ନା ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଛି ତାହା ତଦନ୍ତ ପରେ ହିଁ ଜଣାପଡିବ । କିନ୍ତୁ ଏଠାରେ ଡ୍ରମଗୁଡିକରେ ଯେଉଁ ଲିକ୍ୟୁଡି ଥିଲା ତାହା ଡ୍ରେନରେ ଯାଇ ନିଆଁ ବ୍ୟାପିଥିବା କୁହାଯାଉଛି । ସେହି ସ୍ଥାନକୁ ଯାଇ ଆମେ ଏବେ ଦେଖିବୁ । ଅଗ୍ନିକାଣ୍ଡରେ ଦୁଇ ଜଣ ଆହତ ହୋଇଛନ୍ତି । ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ମଧ୍ୟରୁ ସେମାନଙ୍କୁ ଉଦ୍ଧାର କରାଯାଇ ହ୍ସପିଟାଲକୁ ପଠାଇ ଦିଆଯାଇଛି। 3ଟି ଅଗ୍ନିଶମ ବାହିନୀ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ବର୍ତ୍ତମାନ ନିଆଁକୁ ଆୟତ କରାଯାଇଛି। ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡିବ ।"

ଇଟିଭି ଭାରତ, କଟକ

Last Updated :Jan 31, 2023, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.