ଚଣ୍ଡୀ ଛକରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ବ୍ୟାଙ୍କ ଓ ହଷ୍ଟେଲ
Published: Mar 16, 2023, 7:38 AM

ଚଣ୍ଡୀ ଛକରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ବ୍ୟାଙ୍କ ଓ ହଷ୍ଟେଲ
Published: Mar 16, 2023, 7:38 AM
କଟକ ଚଣ୍ଡୀ ଛକରେ ଥିବା ଏକ ଘରେ ଭୟଙ୍କର ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିଶମ ବାହିନୀର ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ବ୍ୟାଙ୍କ ଓ ହଷ୍ଟେଲ ଅଳ୍ପକେ ବର୍ତ୍ତିଯାଇଛି । ଅଧିକ ପଢନ୍ତୁ
କଟକ: ଚଣ୍ଡୀ ଛକ ନେକ୍ସା ସୋ ରୁମ ପଛରେ ଥିବା ଏକ ଘରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ରାତି ପ୍ରାୟ ୯ଟା ୩୦ ମିନିଟରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ନିଆଁ ଆଁରୁ ଅଳ୍ପକେ ବର୍ତ୍ତିଲା ବ୍ୟାଙ୍କ ଏବଂ ହଷ୍ଟେଲ ।
ନିଆଁ ଲାଗିଥିବା ଘର ନିକଟରେ ହିଁ ଏକ ଲେଡିଜ ହଷ୍ଟେଲ ରହିଥିଲା । ତେବେ ପାଖ ଘରେ ନିଆଁ ଲାଗିଥିବା ଦେଖି ହଷ୍ଟେଲ କର୍ମଚାରୀ ସମସ୍ତଙ୍କୁ ବାହାରକୁ ନେଇ ଆସିଥିଲେ । ସୁରକ୍ଷିତ ଭାବେ ସମସ୍ତ ୬୦ଜଣ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଖବର ପାଇଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଖଟ, ଝରକା ସହ ସମସ୍ତ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡରେ କାହାର ଧନଜୀବନ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି । ନିଆଁ ଲାଗିଥିବା ଘର ନିକଟରେ ହିଁ ବ୍ୟାଙ୍କ ଏବଂ ହଷ୍ଟେଲ ରହିଥିବାରୁ ଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
ତେବେ ହଷ୍ଟେଲ କର୍ମଚାରୀଙ୍କ କହିବାନୁସାରେ, "ରାତି 9ଟା ସୁଦ୍ଧା ପାଖ ରୁମରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସମସ୍ତେ ଦୌଡ଼ିବାକୁ ଲାଗିଥିଲେ । ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରୀଙ୍କୁ ଆମେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲୁ । ଆମର ସମସ୍ତ ଛାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି । ନିଆଁ କେମିତି ଲାଗିଲା ମୁଁ ଜାଣିନି । ସେହି ଘରେ ଗୋଟିଏ ପୁଅ ରହୁଥିଲା । ଆମେ ନିଆଁ ଲାଗିବା ଦେଖି ଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିଥିଲୁ । ଏହାପରେ ଚିତ୍କାର କରିବାରୁ ପାଖଲୋକ ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମ ଟିମ ନିଆଁକୁ ଆୟତ୍ତ କରିଛନ୍ତି ।"
ଏହା ମଧ୍ୟ ପଢନ୍ତୁ: ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲେଖାହୋଇଛି READY BSP DN
ତେବେ ନିଆଁ ଲାଗିବା ଖବର ପ୍ରଘଟ ହେବା ପରେ ଷ୍ଟାଡିୟମରୁ ଚଣ୍ଡୀ ଛକ ରୋଡ଼ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଥିଲା। ଖବର ପାଇ ଟ୍ରାଫିକ ବିଭାଗ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାଖରେ ବ୍ୟାଙ୍କ ରହିଥିଲେ ସୁଦ୍ଧା କୌଣସି କ୍ଷତି ହୋଇନାହିଁ । ବଡ ବିପଦରୁ ବଞ୍ଚାଇଦେଇଛନ୍ତି ଅଗ୍ନିଶମ କର୍ମଚାରୀ ।
ଇଟିଭି ଭାରତ, କଟକ
