ନକଲି ଔଷଧ ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି : କଟକ ଡିସିପି

author img

By

Published : Sep 17, 2022, 10:14 PM IST

ନକଲି ଔଷଧ ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି : କଟକ ଡିସିପି

ଜବତ ଔଷଧ ଗୁଡିକ ନକଲି ସହ ବିଷାକ୍ତ ବୋଲି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ରିପୋର୍ଟ ଦେବା ପରେ ତଦନ୍ତକୁ ଗୁରୁତର ସହ ନେଇଛି କଟକ କମିଶନରେଟ ପୋଲିସ । ଅଧିକ ପଢନ୍ତୁ

କଟକ: ନକଲି ଔଷଧ କାରବାର ମାମଲାକୁ ଗୁରୁତର ସହ ନେଇଛି କଟକ କମିଶନରେଟ ପୋଲିସ । ଜବତ ଔଷଧ ଗୁଡିକ ନକଲି ସହ ବିଷାକ୍ତ ବୋଲି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ରିପୋର୍ଟ ଦେବା ପରେ ତଦନ୍ତକୁ ଆହୁରି ଗଭୀର କରିଛି ପୋଲିସ । ସବୁଠାରୁ ବଡ଼ କଥା ହେଉଛି, ଏହି ମାମଲାରେ ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ ଓ ସଞ୍ଜୟ ଜାଲାନକୁ ଜେରାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଛି । ସେହି ତଥ୍ୟକୁ ଆଧାର କରି ତଦନ୍ତ କରାଯିବ ଏବଂ ଗିରଫ ଦୁଇ ଷ୍ଟକିଷ୍ଟଙ୍କ ଠାରୁ ଔଷଧ କିଣିଥିବା ଅସାଧୁ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା କଟକ ଡିସିପି ପିନାକ ମିଶ୍ର କହିଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ପୁଣି ଦୁଇଟି ଆକାଉଣ୍ଟରୁ 12 ଲକ୍ଷ ଟଙ୍କା ଫ୍ରିଜ କରିଛି ପୋଲିସ । ଏହି ମାମଲାରେ ଅନ୍ୟ କେଉଁ ମାନେ ସମ୍ପୃକ୍ତି ଅଛନ୍ତି ସେ ନେଇ ତଦନ୍ତ କରାଯାଉଛି ।

ନକଲି ଔଷଧ ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି : କଟକ ଡିସିପି

ତେବେ ଏହି ଘଟଣା ବାବଦରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି "ଗତ ୧୦ ତାରିଖ ଦିନ ପୁରୀଘାଟ ଥାନରେ ନକଲି ଔଷଧ କାରବାର ବାବଦରେ ଦୁଇଟି ମାମଲା ଦାୟର କରାଯାଇଥିଲା । ସେହି ଘଟଣାର ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା ପୋଲିସ ଯାହାଙ୍କ ଏଜେନ୍ସିରୁ ନକଲି ଔଷଧ ଠାବ କରାଯାଇଥିଲା । ତାଙ୍କୁ ରିମାଣ୍ଡରେ ଅଣାଯାଇ ନକଲି ଔଷଧ ବିକ୍ରି ବାବଦରେ ଜେରା କରାଯାଇଥିଲା । ତେବେ ଜେରା ପରେ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଛି । ଏବେ ସେହି ତଥ୍ୟ ଆଧାରରେ ଆଗକୁ ତଦନ୍ତ କରିବୁ ।

ଆଗରୁ ଯେଉଁ ଦୁଇଟି ଆକାଉଣ୍ଟକୁ ସିଜ କରାଯାଇଥିଲା । ଗତକାଲି ମଧ୍ୟ ସେହି ଆକାଉଣ୍ଟର ସନ୍ଧାନ ମିଳିଛି । ଯେଉଁ ଏଜେନ୍ସି ସହିତ କଟକର ଦୁଇଟି ଏଜେନ୍ସି ସହିତ ଜଡିତ ଥିଲା ସେହି ଆକାଉଣ୍ଟ ପୋଲିସ ଠାବ କରିଛି । ସେହି ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ନକଲି ଔଷଧ ଏବଂ ଏହି ଆକାଉଣ୍ଟ ଟଙ୍କା ବାବଦରେ ପୋଲିସର ତଦନ୍ତ ଜାରି ରହିଛି । ଦରକାର ପଡିଲେ ପୁଣି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ତଥାପି ପୋଲିସ ଦୁଇ ଦିନ ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି । ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ମଧ୍ୟ ନକଲି ମେଡିସିନ ଗୁଡିକ ଯାଞ୍ଚ କରି ଜଣାଇଛି ଠାବ ହୋଇଥିବା ମେଡିସିନ ଗୁଡିକ ବ୍ୟବହାରଯୋଗ୍ୟ ନୁହେଁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.