ନକଲି ଔଷଧ କାରବାର ମାମଲା, ତିନିଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ

author img

By

Published : Sep 26, 2022, 4:07 PM IST

Updated : Sep 26, 2022, 4:47 PM IST

ନକଲି ଔଷଧ କାରବାର ମାମଲା, ତିନିଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ଉତ୍ତରପ୍ରଦେଶ ଗୟାରୁ ଗିରଫ ହୋଇଥିବା 2 ଅଭିଯୁକ୍ତଙ୍କୁ ଆସନ୍ତାକାଲି ଠାରୁ ତିନିଦିନିଆ ରିମାଣ୍ଡରେ ନେବାକୁ ଅନୁମତି । ଅଧିକ ପଢନ୍ତୁ

କଟକ: କଟକର ନକଲି ଔଷଧ କାରବାର ମାମଲା । ଆସନ୍ତାକାଲି ଠାରୁ ତିନିଦିନିଆ ରିମାଣ୍ଡରେ ଯିବେ ଦୁଇ ଅଭିଯୁକ୍ତ । 3 ଦିନ ରିମାଣ୍ଡରେ ନେବ କଟକ ପୋଲିସ । ଉତ୍ତରପ୍ରଦେଶ ଗୟାରୁ ଗିରଫ ହୋଇଥିବା 2 ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କଲେ କଟକ SDJM କୋର୍ଟ । କିନ୍ତୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁରିଘାଟ ଥାନା ପୋଲିସ ।

ନକଲି ଔଷଧ କାରବାର ମାମଲା, ତିନିଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ତେବେ ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଆଲୋକ ମିଶ୍ରା ଓ ହରିଶ କୁମାର । ଏଥିସହ ନକଲି ଔଷଧ କେମିତି ପ୍ରସ୍ତୁତ କରୁଥିଲେ, କେଉଁଠି ଏଗୁଡିକ ପ୍ରସ୍ତୁତ କରାଯାଉଥିଲା, କେଉଁ ମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ, କେଉଁଠି କେଉଁଠି ଏଗୁଡିକ ଚାଲାଣ କରାଯାଉଥିଲା ସେ ସବୁର ତଥ୍ୟ ସଂଗ୍ରହ କରିବ ପୋଲିସ ।

ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିଶନରେଟ ପୋଲିସ ଟିମକୁ ସଫଳତା ମିଳିଥିଲା । ଚିହ୍ନଟ ହୋଇଥିଲେ ନକଲି ଔଷଧ ଯୋଗାଇ ଥିବା ବିହାରର ଦୁଇ ବ୍ୟବସାୟୀ । ଏନେଇ ଶନିବାର ସୂଚନା ଦେଇଥିଲେ କଟକ ଡିସିପି । ଉତ୍ପାଦନ କେଉଁଠାରେ ହୋଇଥଲା ତାର ଯାଞ୍ଚ କରୁଛି କମିଶନରେଟ ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ (ସୋମବାର) କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା । ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜରି ରହିବ ବୋଲି କହିଥିଲେ କଟକ ଡିସିପି (duplicate medicine link in Cuttack ) ।

ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ (duplicate medicine seized in Cuttack) । ଏହି ମାମଲାର ତଦନ୍ତ କରି ମୁଖ୍ୟ କାର୍ପେଟଦାରକୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଗତ 21 ତାରିଖ ଦିନ ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପୋଲିସ ଟିମ ରାଜ୍ୟ ବାହାରକୁ ଯାଇଥିଲା ।

ଇଟିଭି ଭାରତ, କଟକ

Last Updated :Sep 26, 2022, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.