Firecracker Mishap: SCBରେ ଆହତଙ୍କୁ ଭେଟିଲେ କଟକ ମେୟର

author img

By

Published : Nov 24, 2022, 1:11 PM IST

Firecracker Mishap in Kendrapara

କଡକ ବଡ ମେଡିକାଲରେ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ କଟକ ମେୟର ସୁବାସ ସିଂ । ଅଧିକ ପଢନ୍ତୁ

କଟକ: କେନ୍ଦ୍ରାପଡା ବାଲିଆ ବଜାର କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ଅଘଟଣ । ୩୫ରୁ ଉର୍ଦ୍ଧ୍ବ ଗୁରୁତର ଥିବା ବେଳେ ୩୩ଜଣ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆହତ ମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି କଟକ ମେୟର ସୁବାସ ସିଂ । କିପରି ଚିକିତ୍ସା କରାଯାଉଛି, କିପରି ସ୍ବାସ୍ଥ୍ୟବସ୍ଥାରେ ଖୁବଶୀଘ୍ର ସୁଧାର ଆସିବ ସେନେଇ ଏସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ମେୟର । ଏଥିସହ ଆହତଙ୍କ ସହ ମଧ୍ୟ କଥା ହୋଇଥିଲେ । ତେବେ ଏହିପରି ଘଟଣା ଯେପରି ଆଗକୁ ନଘଟୁ ସେ ଦିଗରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ମେୟର ।

ଆହତଙ୍କୁ ଭେଟିଲେ କଟକ ମେୟର

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ବାଲିଆ ବଜାରର ଦୁଇଟି ସ୍ଥାନରେ ସପ୍ତାହେ ଧରି କାର୍ତ୍ତିକେୟ ପୂଜା ଚାଲିଥିଲା । ଏହାପରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ଭସାଣି ଉତ୍ସବ ଓ ଆତସବାଜି ପ୍ରତିଯୋଗିତା । ଯାହାକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଆତସବାଜିରେ ବ୍ୟବହୃତ ନଳି ଦିଗଭ୍ରଷ୍ଟ ହୋଇ ତଳେ ପଡିଯିବାରୁ ଏକ ପାନ ଦୋକାନରେ ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ୩୩ ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବାଣ ବିସ୍ଫୋରଣ ଘଟଣା: 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌

ତେବେ ଆହତଙ୍କ ମଧ୍ୟରେ ୩୦ଜଣ ପୁରୁଷ ୩ ଜଣ ମହିଳା ରହିଛନ୍ତି । ଏଥିସହ ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି । ସେଥିମଧ୍ୟରୁ ୧୦ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ୫ ଜଣଙ୍କୁ ପ୍ଲାଷ୍ଟିକ ବର୍ଣ୍ଣ ଆଇସିୟୁ ପଠାଯାଇଛି । ଏହାସହ ଦୁଇ ଜଣ ସେଣ୍ଟ୍ରାଲ ଆଇସିୟୁ ଓ ଅନ୍ୟ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ୩୩ ଜଣଙ୍କ ମଧ୍ୟରୁ ୧୦ ଜଣ ବର୍ତ୍ତମାନ ଗୁରୁତର ରହିଛନ୍ତି । ସମସ୍ତଙ୍କ ଚିକିତ୍ସା ପାଇଁ ଏସସିବିର ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିଛନ୍ତି ସୁପରିଟେଣ୍ଡଣ୍ଟ । ତେବେ ଆଉ ଆହତ ଏସିସିବି ମେଡିକାଲ ଆସିବାର ସମ୍ଭାବନା ନାହିଁ ବୋଲି ଏସିବି ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.