ବଟି ନେଇ ବଦଳି ହେଲେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ

author img

By

Published : Nov 21, 2022, 10:32 PM IST

ବଟି ନେଇ ବଦଳି ହେଲେ କ୍ୟାଣ୍ଟାନମେଣ୍ଟ ଥାନା ଅଧିକାରୀ

ବାଲିଯାତ୍ରା ବେଳେ ବ୍ୟବସାୟୀମାନଙ୍କ ଠାରୁ ଜୁଲମ କରି ପୋଲିସ ମୋଟା ଅଙ୍କର ଚାନ୍ଦା ଆଦାୟ କରିଥିବାର ସଂଗୀନ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ । ଅଧିକ ପଢନ୍ତୁ

କଟକ: ବାଲିଯାତ୍ରା ବେଳେ ବ୍ୟବସାୟୀ ମାନଙ୍କ ଠାରୁ ଜୁଲମ କରି ପୋଲିସ ମୋଟା ଅଙ୍କର ଚାନ୍ଦା ଆଦାୟ କରିଥିବାର ସଂଗୀନ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ।

ବଟି ନେଇ ବଦଳି ହେଲେ କ୍ୟାଣ୍ଟାନମେଣ୍ଟ ଥାନା ଅଧିକାରୀ

ଆଜି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଳିଷ୍ଠ ପ୍ରମାଣ ସହ ଏଭଳି ଅଭିଯୋଗ ଆଣିଛନ୍ତି ସ୍ମୃତି । ଅଭିଯୋଗ ମୁତାବକ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସ୍ମୃତି ମିଶ୍ର କାର୍ତ୍ତିକେଶ୍ୱର ଗଡାରେ ସାଇକେଲ ଷ୍ଟାଣ୍ଡ କରିବାକୁ ଟେଣ୍ଡର ପାଇଥିଲେ। ତେବେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କୁ 50 ହଜାର ଟଙ୍କାର ବଟି ମାଗିଥିଲେ। ବଟି ଦେବାକୁ ରାଜି ନହେବାରୁ ମିଥ୍ୟା କେଶରେ ଫସାଇବା, ଷ୍ଟାଣ୍ଡରୁ ଗାଡି ଉଠାଇଆଣି ହଇରାଣ କରିବା ଭଳି ଭୟ ଦେଖାଇଥିଲେ ଥାନା ଆଇଆଇସି । ଶେଷରେ 40 ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିବାର ଅଭିଯୋଗ ଆଣିଛନ୍ତି ସ୍ମୃତି ।

ଏଭଳି ସଂଗୀନ ଘଟଣା ସାମ୍ନାକୁ ଆସିବା ପରେ ବିଜେପି ପ୍ରେସମିଟ କରି କ୍ୟାଣ୍ଟାନମେଣ୍ଟ ଥାନା ଆଇଆଇସିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ଏନେଇ ଦଳ ପକ୍ଷରୁ ପୋଲିସ ଡିଜିଙ୍କୁ ଦାବି ପତ୍ର ମଧ୍ୟ ଦିଆଯାଇଥିଲା ।

ଅନ୍ୟପଟେ ଏହି ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଥିଲେ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର। ଖବର ଗଣମାଧ୍ୟମରୁ ଜାଣିଛନ୍ତି । ଘଟଣାର ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ଶେଷରେ ଅଭିଯୋଗ ଆସିଥିବା ଥିବା କ୍ୟାଣ୍ଟାନମେଣ୍ଟ ଥାନା ଅଧିକାରୀଙ୍କୁ ଡିସିପି ଅଫିସକୁ ବଦଳି କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.